Russia: ରୁଷ୍ରେ ପୁଟିନଙ୍କୁ ଭେଟିଲେ ଜୟଶଙ୍କର
ଦୁଇଦିନିଆ ରୁଷ୍ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୋମବାର ମସ୍କୋରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ସାକ୍ଷାତ୍ କରିଛନ୍ତି। ସାକ୍ଷାତ୍ ସମୟରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ଆର୍ଥିକ ସହଯୋଗ, ଶକ୍ତି ଓ ପରମାଣୁ କ୍ଷେତ୍ର ସମେତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି।

ମସ୍କୋ: ଦୁଇଦିନିଆ ରୁଷ୍ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୋମବାର ମସ୍କୋରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ସାକ୍ଷାତ୍ କରିଛନ୍ତି। ସାକ୍ଷାତ୍ ସମୟରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ଆର୍ଥିକ ସହଯୋଗ, ଶକ୍ତି ଓ ପରମାଣୁ କ୍ଷେତ୍ର ସମେତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି।
ଭାରତ-ରୁଷ୍ ମଧ୍ୟରେ ଚଳିତ ବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଥିବାରୁ ପୁଟିନ୍ ଖୁସି ପ୍ରକାଶ କରିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି। ରୁଷ୍-ଭାରତ ସମ୍ପର୍କର ବିକାଶ ଉପରେ ମୋଦୀ ବ୍ୟକ୍ତିଗତ ଭାବେ ବିଶେଷ ଧ୍ୟାନ ଦେଉଥିବା ପୁଟିନ୍ କହିଛନ୍ତି। ସେହିପରି ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ଗଢ଼ିଉଠିଥିବା ସମ୍ପର୍କ ଏବେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସେ କହିଛନ୍ତି। ଜୟଶଙ୍କର ପୁଟିନ୍ଙ୍କୁ ମୋଦୀଙ୍କ ଶୁଭେଚ୍ଛା ଜଣାଇବା ସହ ତାଙ୍କର ବ୍ୟକ୍ତିଗତ ବାର୍ତ୍ତା ହସ୍ତାନ୍ତର କରିଛନ୍ତି। ଆନ୍ତଃସରକାରୀ କମିସନ୍ ବୈଠକରେ ଭଲ ଫଳାଫଳ ମିଳିଥିବା ସେ କହିଛନ୍ତି। ଦୁଇ ଦେଶର ଆର୍ଥିକ ସହଯୋଗରେ ବଡ଼ ବୃଦ୍ଧି ଘଟିଥିବା ଏବଂ ବାଣିଜ୍ୟ, ଶକ୍ତି, ଉର୍ବରକ ଓ ପରମାଣୁ କ୍ଷେତ୍ରରେ ଭାଗୀଦାରି ଆହୁରି ମଜଭୁତ ହେଉଥିବା ସେ ଜଣାଇଛନ୍ତି।
ଏହାପୂର୍ବରୁ ଜୟଶଙ୍କର ରୁଷ୍ର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭଙ୍କ ସହ ମଧ୍ୟ ବାଣିଜ୍ୟ ଓ ଆର୍ଥିକ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଥିଲେ। ଆଗାମୀ ଏସ୍ସିଓ ଶିଖର ସମ୍ମିଳନୀରେ ମୋଦୀ ପୁଟିନ୍ଙ୍କୁ ଭେଟିବେ ଏବଂ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ପୁଟିନ୍ଙ୍କୁ ଭାରତରେ ସ୍ୱାଗତ କରାଯିବ ବୋଲି ଜୟଶଙ୍କର କହିଛନ୍ତି। ପୁଟିନ୍ ସେପ୍ଟେମ୍ବର ୧୨-୧୩ରେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଭାରତ ଆସିବେ ବୋଲି ଆଶା କରାଯାଉଛି।
ସୌଜନ୍ୟ ସମ୍ବାଦ




