ଜାତୀୟ

S Jaishankar: ଲଦାଖର ୨୮ ସ୍ଥାନକୁ ନେଇ ଚୀନର ଦାଦାଗିରି ! ଜୟଶଙ୍କରଙ୍କ କଡ଼ା ଚେତାବନୀ କହିଲେ “ସୀମାରେ ଶାନ୍ତି ନଥିଲେ ସମ୍ପର୍କ ସ୍ୱାଭାବିକ ନୁହେଁ”

ନୂଆଦିଲ୍ଲୀ, ୧୪।୧୦: “ସୀମାରେ ଶାନ୍ତି ନ ରହିଲେ ଚୀନ୍ ସହ ସମ୍ପର୍କ ସ୍ୱାଭାବିକ ହୋଇପାରିବ ନାହିଁ” ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଦୃଢ଼ ଚେତାବନୀ । ଲଦାଖର ୨୮ଟି ରଣନୈତିକ ସ୍ଥାନ ଏବଂ ଭୌଗୋଳିକ କ୍ଷେତ୍ରର ମାନକୀକୃତ ନାମକରଣ ନେଇ ଭାରତର ପଦକ୍ଷେପ ଉପରେ ଚୀନର ଅପତ୍ତିକୁ ନେଇ କଡ଼ା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସୀମାରେ ଶାନ୍ତି ଓ ସ୍ଥିରତା ବିନା ପଡ଼ୋଶୀ ଦେଶ ସହ ସମ୍ପର୍କ ସ୍ୱାଭାବିକ ହୋଇପାରିବ ନାହିଁ । ‘ବ୍ଲୁମବର୍ଗନ୍ୟୁ ଇକୋନୋମି ଫୋରମ୍’ରେ ଭାରତ-ଚୀନ୍ ସମ୍ପର୍କ ସମ୍ପର୍କରେ ମତ ରଖି ଜୟଶଙ୍କର କହିଛନ୍ତି, “ଆମେ ଚୀନକୁ ସ୍ପଷ୍ଟ ଭାବେ କହୁଛୁ ଯେ ଯଦି ଆପଣ ସମ୍ପର୍କକୁ ସ୍ୱାଭାବିକ ରଖିବାକୁ ଚାହୁଁଛନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟାନ୍ୟ ଦିଗଗୁଡ଼ିକୁ ଆଗକୁ ବଢ଼ାଇବାକୁ ଚାହୁଛନ୍ତି, ତେବେ ଏହା ବୁଝିବା ଜଟିଳ ନୁହେଁ ଯେ ସୀମାରେ ଶାନ୍ତି ବଜାୟ ରଖିବା ଅତ୍ୟନ୍ତ ଜରୁରୀ ।”

‘ସୀମା ବିବାଦ କୌଣସି ନୂଆ କଥା ନୁହେଁ’:

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଏବଂ ଚୀନ ମଧ୍ୟରେ ସୀମାର ଏ ପର୍ଯ୍ୟନ୍ତ କୌଣସି ସହମତିଭିତ୍ତିକ ସୀମା ନିର୍ଦ୍ଧାରଣ ହୋଇନାହିଁ । ଏହା କୌଣସି ନୂଆ ପ୍ରସଙ୍ଗ ନୁହେଁ, ବରଂ ଦଶନ୍ଧି ଧରି ଚାଲିଆସୁଛି । ୧୯୭୫ରୁ ୨୦୨୦ ୪୫ ବର୍ଷ ଏହି ସମୟ ମଧ୍ୟରେ ସୀମାରେ କୌଣସି ପ୍ରକାରର ରକ୍ତପାତ କିମ୍ବା ମୃତ୍ୟୁ ଘଟି ନଥିଲା । ଏହି ସମୟ ମଧ୍ୟରେ ଭାରତ ଓ ଚୀନ ସମ୍ପର୍କରେ ମଧ୍ୟ ଉନ୍ନତି ଆସିଥିଲା । ମାତ୍ର ୨୦୨୦ରେ, ଯେତେବେଳେ ସମାଜ ଏକାନ୍ତରେ ଏବଂ କୋଭିଡ୍ ମହାମାରୀ ଦେଇ ଗତି କରୁଥିଲା, ସେତେବେଳେ ସୀମାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉଭୟ ଦେଶର ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଅନେକ ସୈନିକ ପ୍ରାଣ ହରାଇଥିଲେ । ଭାରତ ପାଇଁ ଏହା ୧୯୭୫ ପରଠାରୁ ଚାଲିଆସୁଥିବା ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ଥିଲା । ଆମର ସ୍ପଷ୍ଟ ଆଭିମୁଖ୍ୟ ରହିଛି ଯେ ଯଦି ସୀମାରେ ଶାନ୍ତି ଓ ସ୍ଥିରତା ଭଙ୍ଗ ହୁଏ, ତେବେ ଏହାର ପ୍ରଭାବ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପଡ଼ିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button