
ଦିଣ୍ଡିଗୁଲ (ତାମିଲନାଡ଼ୁ): ତାମିଲନାଡ଼ୁ ପ୍ରଥମ ଥର ସିକେ ନାୟୁଡ଼ୁ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଏଠାରେ ଚାଲିଥିବା ଫାଇନାଲ୍ରେ ଘରୋଇ ଦଳ ୭ ୱିକେଟ୍ରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ବୁଧବାର ତୃତୀୟ ଦିନରେ ୬୬ ରନ୍ର ବିଜୟ ଲକ୍ଷ୍ୟକୁ ତାମିଲନାଡ଼ୁ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା।
ପ୍ରଥମ ପାଳିରେ ମହାରାଷ୍ଟ୍ର ୨୩୮ ରନ୍ କରିଥିଲା ବେଳେ କିରଣ କାର୍ତ୍ତିକେୟନ (୮୬ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ତାମିଲନାଡ଼ୁ ୩୩୪ ରନ୍ କରି ୯୬ ରନ୍ ମହତ୍ବପୂର୍ଣ୍ଣ ଅଗ୍ରଣୀ ନେଇଥିଲା। ଦ୍ବିତୀୟ ପାଳିରେ ମହାରାଷ୍ଟ୍ର ୧୬୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ନୀରଜ ଯୋଷୀ (୫୫), ଆର୍ଷିନ କୁଲକର୍ଣ୍ଣି (୪୪) ଓ ସଚିନ ଧାସ (୨୫) କେବଳ ଦୁଇଅଙ୍କ ଛୁଇଁଥିଲା ବେଳେ ଅନ୍ୟ ବ୍ୟାଟର୍ମାନେ ବିଫଳ ହୋଇଥିଲେ। ତାମିଲନାଡ଼ୁର ସଚିନ ରଥି ଓ ପି ବିଘ୍ନେଶ ୩ ଲେଖାଏଁ ୱିକେଟ୍ ନେଇଥିଲେ।
ସୌଜନ୍ୟ ସମ୍ବାଦ




