ମହାନଗର

Saumya gave: ଯୁବପିଢ଼ିଙ୍କୁ ସୌମ୍ୟ ଦେଲେ ‘ମ-ନ’ର ପାଞ୍ଚ ଫର୍ମୁଲା, ‘ଯୁବପିଢ଼ି ବିବେକାନନ୍ଦଙ୍କ ପଦାନୁସରଣ କରନ୍ତୁ’

ବୟସ ଏକ ତାରିଖର ମାପକାଠି ନୁହେଁ। ବୟସର ମାପକାଠିରେ ଯୁବକକୁ ପରିଭାଷିତ କରିବା ଉଚିତ ନୁହେଁ। ଯିଏ ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ, ସେ ହିଁ ଯୁବକ। ଯୁବପିଢ଼ିଙ୍କ ପାଖରେ ସବୁ.....

ଭୁବନେଶ୍ବର: ବୟସ ଏକ ତାରିଖର ମାପକାଠି ନୁହେଁ। ବୟସର ମାପକାଠିରେ ଯୁବକକୁ ପରିଭାଷିତ କରିବା ଉଚିତ ନୁହେଁ। ଯିଏ ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ, ସେ ହିଁ ଯୁବକ। ଯୁବପିଢ଼ିଙ୍କ ପାଖରେ ସବୁ ବଳ ରହିଛି। ତେବେ ବାହୁବଳ ଅପେକ୍ଷା ମ‌େନାବଳ ଶକ୍ତ ରଖିଲେ ଯୁବପିଢ଼ି ସମାଜ ପରିବର୍ତ୍ତନର ବାହକ ହୋଇପାରିବେ ବୋଲି କହିଛନ୍ତି ‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି ‘ଜାତୀୟ ଯୁବ ଦିବସ’ ଅବସରରେ ‘କ୍ରାନ୍ତିକାରୀ ଫାଉଣ୍ଡେସନ୍’ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ‘ଓଡ଼ିଶା ୟୁଥ୍ କନକ୍ଲେଭ୍’ର ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ ‘ମ-ନ’ର ପାଞ୍ଚ ଫର୍ମୁଲା ଯୁବପିଢ଼ିଙ୍କୁ ବତାଇଛନ୍ତି। ଶ୍ରୀ ପଟ୍ଟନାୟକ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ମା’, ‘ମାଟି’ ଓ ‘ମାତୃଭାଷା’କୁ ଭଲ ପାଇବା ସହ ‘ମୋବାଇଲ’କୁ ନିଜ ନିୟନ୍ତ୍ରଣରେ ରଖି ‘ମଦ’ଠାରୁ ଦୂରେଇ ରହିବା ସହ ‘ନିରୋଗ’, ‘ନିରହଙ୍କାର’, ‘ନିରାଡ଼ମ୍ବର’ ଓ ‘ନିଡ଼ର’ ହୋଇ ‘ନିଶାମୁକ୍ତ ଓଡ଼ିଶା ଗଠନ’ରେ ଯୁବପିଢ଼ି ନିଜକୁ ନିୟୋଜିତ କଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ରର ଗଠନ ସମ୍ଭବ ହୋଇପାରିବ। ଏଥିସହ ଯୁବପିଢ଼ି ନିରୋଗ ଓ ନିଶାମୁକ୍ତ ରହି ରକ୍ତଦାନରେ ସକ୍ରିୟ ଅଂଶଗ୍ରହଣ କରି ବହୁ ମୂଲ୍ୟ ଜୀବନ ବଞ୍ଚାଇବା ଯାତ୍ରାର ସହଯାତ୍ରୀ ହୁଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମ‌େନାବଳ ସହ ଯୁବପିଢ଼ି ନିଜ ପଦ ବଳ ମିଶାଇବାକୁ ପରାମର୍ଶ ଦେଇଥିଲେ। ନିଜେ ସୁସ୍ଥ ରହିଲେ, ନିଜ ପଦ ବଳ ଜରିଆରେ ସେମାନେ ସମାଜର ସର୍ବାଙ୍ଗୀନ ଉନ୍ନତି କରିପାରିବେ ବୋଲି କହିଥିଲେ। ଯୁବ ସମାଜ ସ୍ୱାମୀ ବିବେକାନନ୍ଦଙ୍କ ପଥକୁ ଅନୁସରଣ କରି ଆଗକୁ ବଢ଼ିବା ଉଚିତ। ବିବେକାନନ୍ଦଙ୍କ ସମସ୍ତ ଉକ୍ତିକୁ ପାଳନ କରି ରାଜ୍ୟ ଓ ଦେଶର ସମଗ୍ର ବିକାଶ କରିବା ଦିଗରେ ଯୁବଶକ୍ତି କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ କାନୁନ୍‌ଗୋ କହିଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button