SC-ST: ପଶ୍ଚିମ ଓଡ଼ିଶାରେ ବଢ଼ୁଛି ଏସ୍ସି-ଏସ୍ଟି ନିର୍ଯାତନା: ୫ ବର୍ଷରେ ୩୭୪୪ ମାମଲା, ବଲାଙ୍ଗୀରରେ ସର୍ବାଧିକ ୮୫୪
ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା (ଉଭୟ ରାଉରକେଲା ଓ ପୁଲିସ ଜିଲ୍ଲା)ଠାରୁ ଆରମ୍ଭ କରି କଳାହାଣ୍ଡି ପର୍ଯ୍ୟନ୍ତ ସବୁଠାରେ ସମାନ ସ୍ଥିତି।

ରାଉରକେଲା: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା (ଉଭୟ ରାଉରକେଲା ଓ ପୁଲିସ ଜିଲ୍ଲା)ଠାରୁ ଆରମ୍ଭ କରି କଳାହାଣ୍ଡି ପର୍ଯ୍ୟନ୍ତ ସବୁଠାରେ ସମାନ ସ୍ଥିତି। ଏହି ତାଲିକାରେ ସର୍ବାଗ୍ରେ ରହିଛି ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା। ବିଗତ ପାଞ୍ଚ ବର୍ଷ ଅର୍ଥାତ ୨୦୨୧ରୁ ୨୦୨୫ ମସିହା ମଧ୍ୟରେ ଏହି ଅଞ୍ଚଳରେ ଏଭଳି ସମ୍ବେଦନଶୀଳ ଘଟଣାରେ ୩,୭୪୪ଟି ଆପରାଧିକ ମାମଲା ରୁଜୁ ହୋଇଛି।
ଗତ ୫ ବର୍ଷରେ ରାଉରକେଲା ପୁଲିସ ଜିଲ୍ଲାରେ ୧୬୫ଟି ମାମଲା ଓ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୩୦୫ଟି ଏସ୍ସି-ଏସ୍ଟି ମାମଲା ରୁଜୁ ହୋଇଛି। ସେହିଭଳି ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୮୫୪ଟି ମାମଲା ରୁଜୁ ହୋଇଥିବାବେଳେ ବରଗଡ଼ରେ ୬୦୪, କଳାହାଣ୍ଡିରେ ୫୪୬, ସମ୍ବଲପୁରରେ ୩୩୧, ସୁବର୍ଣ୍ଣପୁରରେ ୨୮୩, ଝାରସୁଗୁଡ଼ାରେ ୨୦୫, ନୂଆପଡ଼ାରେ ୧୮୦, ବୌଦ୍ଧରେ ୧୬୪ ଓ ଦେବଗଡ଼ରେ ୧୦୭ଟି ମାମଲା ରୁଜୁ ହୋଇଥିଲା। ୨୦୨୫ ମସିହାରେ ପଶ୍ଚିମ ଓଡ଼ିଶାର ୧୧ଟି ପୁଲିସ ଜିଲ୍ଲାରେ ୫୭୮, ୨୦୨୪ରେ ୭୩୪, ୨୦୨୩ରେ ୮୫୨, ୨୦୨୨ରେ ୮୩୮ ଓ ୨୦୨୧ରେ ୭୪୨ଟି ମାମଲା ରୁଜୁ ହୋଇଥିଲା। ଗ୍ରାମାଞ୍ଚଳରେ ଜମିଜମା ବିବାଦ, ସାମାଜିକ ବାସନ୍ଦ, ଶାରୀରିକ ନିର୍ଯାତନା ତଥା ଜାତିଗତ ଆକ୍ଷେପ ଭଳି କାରଣ ଯୋଗୁଁ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି।
ସୌଜନ୍ୟ ସମ୍ବାଦ




