ଦେଶ ବିଦେଶରାଜନୀତି

SC/ST Act : ଧର୍ମ ପରିବର୍ତ୍ତନ କଲେ ମିଳିବନି ଏସସି/ଏସଟି ମାନ୍ୟତା:ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଗୁରୁତ୍ବପୂର୍ଣ୍ଣ ରାୟ: ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ଓ ସେହି ଧର୍ମ ଅନୁସାରେ ଜୀବନଯାପନ କରିବା ପରେ ତାଙ୍କୁ ଆଉ ''ଅନୁସୂଚିତ ଜାତି ଓ ଜନଜାତି'' (ଏସସି/ଏସଟି) ଶ୍ରେଣୀଭୁକ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ନୂଆଦିଲ୍ଲୀ,୨୪/୩: ସୁପ୍ରିମକୋର୍ଟ ଏସସି/ଏସଟି (ଅନୁସୂଚିତ ଜାତି ଓ ଜନଜାତି) ମାମଲାରେ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ଓ ସେହି ଧର୍ମ ଅନୁସାରେ ଜୀବନଯାପନ କରିବା ପରେ ତାଙ୍କୁ ଆଉ ”ଅନୁସୂଚିତ ଜାତି ଓ ଜନଜାତି” (ଏସସି/ଏସଟି) ଶ୍ରେଣୀଭୁକ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତିକୁ କାଏମ ରଖି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶ, ୧୯୫୦ ଅନୁଯାୟୀ କେବଳ ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କଲେ ଅନୁସୂଚିତ ଜାତିର ସମସ୍ତ ସାମ୍ବିଧାନିକ ସୁବିଧା ଓ ସୁରକ୍ଷା ତୁରନ୍ତ ସମାପ୍ତ ହୋଇଯିବ। ଏହି ନିୟମ ଅତ୍ୟନ୍ତ କଠୋର ଏବଂ ଏଥିରେ କୌଣସି ବ୍ୟତିକ୍ରମ ପାଇଁ ସ୍ଥାନ ନାହିଁ ବୋଲି କୋର୍ଟ କହିଛନ୍ତି।

ଧର୍ମାନ୍ତରିତ ହେବା ପରେ ଏସସି ମାନ୍ୟତା ଦାବି କରି ପାରିବେ ନାହିଁ

ଏହି ମାମଲା ଜଣେ ”ପାଦ୍ରୀ”(ଧର୍ମଗୁରୁ)ଙ୍କ ସହ ଜଡ଼ିତ ଥିଲା, ଯିଏ ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପରେ ମଧ୍ୟ ନିଜକୁ ଅନୁସୂଚିତ ଜାତି ବୋଲି ଦାବି କରି ଏସସି/ଏସଟି ଅତ୍ୟାଚାର ନିରୋଧ ଅଧିନିୟମ ଅଧୀନରେ ଏକ ମାମଲା ଦାୟର କରିଥିଲେ। ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରି କହିଛନ୍ତି ଯେ, ଯେହେତୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଦୀର୍ଘ ଦଶନ୍ଧି ଧରି ଜଣେ ପାଦ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଖ୍ରୀଷ୍ଟଧର୍ମର ରୀତିନୀତି ପାଳନ କରୁଛନ୍ତି, ସେ ଏସସି ବର୍ଗର ସୁରକ୍ଷା ପାଇବାକୁ ଯୋଗ୍ୟ ନୁହଁନ୍ତି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କେବଳ ଏକ ଜାତି ପ୍ରମାଣପତ୍ର (କାଷ୍ଟ ସାର୍ଟିଫିକେଟ୍) ରହିଥିବା କାରଣରୁ ଜଣେ ବ୍ୟକ୍ତି ଧର୍ମାନ୍ତରିତ ହେବା ପରେ ଏସସି ମାନ୍ୟତା ଦାବି କରିପାରିବେ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button