ଓଡିଶା

Scam: ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗରେ ମନରେଗା ଦୁର୍ନୀତିର ଗନ୍ଧ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗରେ ମନରେଗା କାର୍ଯ୍ୟରେ ମହାଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି। ଉକ୍ତ ବିଭାଗ ଦ୍ୱାରା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା...

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗରେ ମନରେଗା କାର୍ଯ୍ୟରେ ମହାଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି। ଉକ୍ତ ବିଭାଗ ଦ୍ୱାରା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକର ବିଭିନ୍ନ ହିତାଧିକାରୀଙ୍କ ଚାଷ ଜମି ରେ ଆମ୍ବ ଗଛ ଲଗାଯାଇଛି।

୨୦୨୪-୨୫ ମସିହାରେ ‘ଉଦ୍ୟାନ କୃଷି ବିଭାଗର ଅଜବ ନିତି ଆଜି ଗଛ ଲାଗିଲା କିନ୍ତୁ କାଲି ଗାଈ, ଛେଳି ଖାଇଗଲେ ଭଳି ଘଟଣା ସମ୍ପୂର୍ଣ୍ଣ ବ୍ଲକରେ ଉକ୍ତ ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା, ଯାହାକି ରାଇରଙ୍ଗପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଉକ୍ତ ଘଟଣା ରାଇରଙ୍ଗପୁର ବ୍ଲକ  ସୁଦଶନପୂର୍ ଗ୍ରାମପଂଚାୟତର ଭାତଗଡା ଗ୍ରାମରେ ଆମ୍ବ ଗଛ ଲଗାଣ ରେ ବ୍ୟାପକ ଅନିମିୟତା ହୋଇଥିବାର ଅଭିଯୋଗ ହେଉଛି। ହିତାଧିକାରୀ ମାନଙ୍କ ଅଭିଯୋଗ ଅନୁଯାଇ ଭାତଗଡ଼ା ଗ୍ରାମରେ ୫ ହେକ୍ଟର ଜମିର ଲଗାଯାଇଥିବା ଆମ୍ବ ଗଛ ବଗିଚାର ହିତାଧିକାରୀ ନୁନାରାମ୍ ମାଝୀ ଓ ଅନ୍ୟ ୫ ଜଣଙ୍କର ଆମ୍ବ ବଗିଚା ନିର୍ମାଣ ପ୍ରକଳ୍ପ ର ଅଟକଳ ମୂଲ୍ୟ ୧୨ ଲକ୍ଷ ୭୩ ହଜାର ୬୬ ଟଙ୍କା। ଗ୍ରାମରେ ନିର୍ମିତ ସୂଚନା ଫଳକ ଅର୍ଦ୍ଧଲିଖିତ ସୂଚନା ଫଳକ ଜନସାଧାରଣଙ୍କୁ ଅନ୍ଧାରରେ ରଖିବା ସଦୃଶ ବୋଲି ସାଧାରଣରେ ଆଲୋଚନା ହୁଏ। କାର୍ଯ୍ୟାରମ୍ଭ ପୂର୍ବରୁ ଉକ୍ତ ଆମ୍ବ ବଗିଚାର ରକ୍ଷଣାବେକ୍ଷଣ ଦାୟିତ୍ୱ ବଗିଚା ଚାରିପଟେ ଗୃହପାଳିତ ପଶୁଙ୍କଠାରୁ ଆମ୍ବ ଗଛର ସୁରକ୍ଷା ନିମନ୍ତେ ବାଡ଼ ତିଆରି ଏବଂ ଗଛଗୁଡିକୁ ଜଗିବା ଦାୟିତ୍ୱ ଜଣେ ଶ୍ରମିକଙ୍କୁ ଦେବାପାଇଁ ବିଭାଗୀୟ ଅଧିକାରୀ ମାନେ କହିଥିଲେ। ମାତ୍ର ବିଡମ୍ବନାର ବିଷୟ ଯେ କିଛି ସପ୍ତାହ ଜଗିବା ପରେ ଆଉ ଜଗୁଆଳି ନ ରହିବାରୁ ଉକ୍ତ ବଗିଚାଟି ଗୋରୁଗାଈ ଛେଳିଙ୍କ ଚରାଭୂଇଁରେ ପାଲଟିଗଲା। ଯାହା ଫଳରେ ଆମ୍ବ ଗଛ ଗୁଡିକ ନଷ୍ଟ ହୋଇଗଲା।

ସୂଚନା ଅନୁଯାୟୀ ଆମ୍ବ ଗଛ ଲଗାଇବା ପୂର୍ଵରୁ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ମାନେ ବାରମ୍ବାର ସୂଚିତ କରିଥିଲେ ଯେହେତୁ ଗ୍ରାମ ନିକଟରେ ଉକ୍ତ ଆମ୍ବ ବଗିଚା ଅବସ୍ଥିତ ତେଣୁ ବାଡ଼ କରାନଗଲେ ଗ୍ରାମର ଗୃହପାଳିତ ପଶୁ ନଷ୍ଟ କରିଦେବେ। ବିଭାଗ ପକ୍ଷରୁ ବାଡ଼ ତିଆରି ହେବାର ପୂର୍ଣ୍ଣ ଆସ୍ଥା ପ୍ରକଟ କରାଯାଇ ପର ମୁହୂର୍ତ୍ତରେ ଯେନତେନ ପ୍ରକାରେ ବାଡ଼ ଓ ଜାଲ ସାହାଯ୍ୟରେ ଘେରାଓ କରାଯାଇଥିଲା। ଯାହା ଫଳରେ ଆମ୍ବ ଗଛ ଗୁଡିକ ନଷ୍ଟ ହୋଇଯିବା ଫଳରେ ସରକାରଙ୍କ ମନରେଗା ଯୋଜନାର ଲକ୍ଷାଧିକ ଟଙ୍କା ବର୍ବାଦ ହୋଇଥିବାରୁ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି। ଏହା ବ୍ୟତୀତ ଆମ୍ବ ଗଛ ଗୁଡିକ ରକ୍ଷଣାବେକ୍ଷଣ ପାଇଁ ସାର କିମ୍ବା ଔଷଧ ସିଞ୍ଚନର ବ୍ୟବସ୍ଥା ମଧ୍ୟ୍ୟ କରାଯାଇନଥିବାରୁ ଆମ୍ବ ଗଛ ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ସେଠାରେ ୧୦ ପ୍ରତିଶତ ବି ଗଛ ନ ଥିବା ଦେଖିବାକୁ ମିଳୁଛି। ଫଳସ୍ୱରୂପ ୫ ହେକ୍ଟର ଜମିରେ ଆମ୍ବ ଗଛ ଗୁଡିକ ଆଶାନୁରୂପ ବୃଦ୍ଧି ପାଇନଥିବା ବେଳେ ଜମିରେ ଗୃହପାଳିତ ପଶୁଗୁଡିକ କବଳରୁ ବର୍ତ୍ତିପାରିନଥିବାର ପରିଲକ୍ଷିତ ହୁଏ।

ଅଭିଯୋଗ ଅନୁଯାୟୀ କେବଳ ପ୍ରଥମ ଥର ବାଡ଼ କରାଯାଇ ଜଗୁଆଳି ରଖାଯାଇଥିଲା। ଫଳରେ ୧୨ ଲକ୍ଷରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ ଫେଲ ମାରିଥିବାରୁ ହିତାଧିକାରୀ ମାନଙ୍କୁ ହତତ୍ସାହ କରିଛି। ଉଦ୍ୟାନ କୃଷି ବିଭାଗ ଦ୍ୱାରା ରାଇରଙ୍ଗପୁର ବ୍ଲକରେ କରାଯାଉଥିବା ସମସ୍ତ ପ୍ରକଳ୍ପ ପ୍ରାୟତଃ ଫେଲ ମାରୁଥିବାର ସାଧାରଣରେ ଆଲୋଚନା ହୁଏ। ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ଏ ସମ୍ବନ୍ଧରେ ରାଇରଙ୍ଗପୁର ସହକାରୀ ଉଦ୍ୟାନ କୃଷି ଅଧିକାରୀ ରମେଶ ଚନ୍ଦ୍ର ମଲ୍ଲିକଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ପ୍ରକଳ୍ପ ହିତାଧିଆରୀଙ୍କୁ ହସ୍ତାନ୍ତର କରାଯାଇଛି। ସମସ୍ତ ରକ୍ଷଣା ବେକ୍ଷଣା ଦାୟିତ୍ୱ ସେମାନେ କରିବା କଥା କିନ୍ତୁ ସେମାନେ କରୁ ନାହାନ୍ତି ଯାହା ଫଳରେ ସେମିତି ହୋଇଛି। ଯଦି ରକ୍ଷଣା ବେକ୍ଷଣା ହିତାଧିକାରୀମାନେ ନ କରନ୍ତି ତାହେଲେ ସେମାନେ ଆଉ ଟଙ୍କା ପାଇବେନି। ତେବେ ସେ ସମ୍ବନ୍ଧରେ କୌଣସି ସମସ୍ୟା ଥିଲେ ଲିଖିତ ଆକାରରେ ଜଣାଇବା ପାଇଁ ନିଜ ମତ ରଖିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button