ପାଣିପାଗ

Severe Cold Northen India ଥରୁଛି ଉତ୍ତର ଭାରତ: ପଞ୍ଜାବରେ ତାପମାତ୍ରା ୧.୧ ଡିଗ୍ରି, ଦିଲ୍ଲୀରେ ଦୁଇ ଦିନିଆ ୟେଲୋ ୱାର୍ଣ୍ଣିଂ

Northen India ଶୀତରେ ଥରୁଛି। ଶନିବାର ଉତ୍ତର ଭାରତର ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୂଭୂତ ହୋଇଛି। ଲଗାତାର କଶ୍ମୀର ଉପତ୍ୟକାର ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରି ତଳେ ରହିଛି।

ନୂଆଦିଲ୍ଲୀ: ଉତ୍ତର ଭାରତ ଶୀତରେ ଥରୁଛି। ଶନିବାର ଉତ୍ତର ଭାରତର ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୂଭୂତ ହୋଇଛି। ଲଗାତାର କଶ୍ମୀର ଉପତ୍ୟକାର ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରି ତଳେ ରହିଛି।

ପଞ୍ଜାବର ହୋସିଆରପୁରରେ ରାଜ୍ୟର ସର୍ବନିମ୍ନ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
ପଞ୍ଜାବର ଅନ୍ୟାନ୍ୟ ସହରଗୁଡ଼ିକରେ ମଧ୍ୟ ଶୀତର ପ୍ରକୋପ ଲାଗି ରହିଛି। ଅମୃତସରରେ ସର୍ବନିମ୍ନ ତାପମାତ୍ରା ୧.୩ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ଫରିଦକୋଟ ଏବଂ ଗୁରଦାସପୁରରେ ତାପମାତ୍ରା ୩.୨ ଡିଗ୍ରି ସେଲସିୟସ୍ ରହିଛି। ଭଠିଣ୍ଡାର ତାପମାତ୍ରା ୩.୪ ଡିଗ୍ରି ସେଲସିୟସ୍ ଥିବାବେଳେ ରାଜଧାନୀ ଚଣ୍ଡିଗଡ଼ର ତାପମାତ୍ରା ୪ ଡିଗ୍ରି ସେଲସିୟସ୍ ରହିଛି। ସେହିପରି ପଟିଆଲାରେ ତାପମାତ୍ରା ୪.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ରୂପନଗରରେ ତାପମାତ୍ରା ୪.୫ ଡିଗ୍ରି ସେଲସିୟସ୍ ଏବଂ ଲୁଧିଆନାରେ ୫.୦ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

ସକାଳେ ଘନ କୁହୁଡ଼ି ଯୋଗୁ ରାଜ୍ୟର କିଛି ଜିଲ୍ଲାରେ ଦୃଶ୍ୟମାନତା ୫୦ ମିଟରରୁ କମ୍ ରହିଛି। କିଛି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରି ସେଲସିୟସ୍ ତଳେ ରହିଛି।
ଚଣ୍ଡିଗଡ଼ର ପାଣିପାଗ ବିଭାଗ ଅନୁଯାୟୀ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶର ଉପର ଭାଗରେ ତୁଷାରପାତ ଯୋଗୁ ରାଜ୍ୟର ଅନେକ ଜିଲ୍ଲାରେ ହାଡ଼ଥରା ଶୀତ ଲହରୀ ଜାରି ରହିଛି।
ରାଜଧାନୀ ନୂଆଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇବା ଯୋଗୁ ପାଣିପାଗ ବିଭାଗ ପକ୍ଷରୁ ଦୁଇ ଦିନିଆ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।ତାପମାତ୍ରା ସ୍ୱାଭାବିକ ଠାରୁ ୨.୭ ଡିଗ୍ରି କମ୍ ରହିଛି।
ଗତ ଚାରି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ଚାରି ଡିଗ୍ରୀ ହ୍ରାସ ପାଇଛି। ଆଇଜିଆଇ ବିମାନବନ୍ଦରରେ, ସକାଳ ୭:୩୦ ରେ ଘନ କୁହୁଡ଼ି ଦୃଶ୍ୟମାନତାକୁ ୫୦ ମିଟରକୁ ହ୍ରାସ କରିଛି। ସକାଳ ୮:୩୦ ସୁଦ୍ଧା, କୁହୁଡ଼ି ସାମାନ୍ୟ ହ୍ରାସ ପାଇଥିଲା ଏବଂ ଦୃଶ୍ୟମାନତା ୧୦୦ ମିଟର ପାଖାପାଖି ପହଞ୍ଚିଥିଲା।
ଉତ୍ତରାଖଣ୍ଡରେ ପର୍ବତଠାରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ବର୍ଷା ଅବା ତୁଷାରପାତ ହୋଇନାହିଁ। ତେବେ ଶୁଷ୍କ ପାଗ ଯୋଗୁ ସମଗ୍ର ରାଜ୍ୟରେ ଶୁଷ୍କ ଥଣ୍ଡା ଜାରି ରହିଛି। ପାର୍ବତୃ ଅଞ୍ଚଳରେ ତୁଷାରପାତ ଏବଂ ସମତଳ ଅଞ୍ଚଳରେ ଘନ କୁହୁଡ଼ି ଜାରି ରହିଛି। ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଯୋଗୁ ସକାଳ ଏବଂ ସନ୍ଧ୍ୟାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।
ଉତ୍ତର-ପଶ୍ଚିମ ଥଣ୍ଡା ପବନ ପ୍ରଭାବରେ ହରିୟାଣାରେ ପ୍ରବଳ ଥଣ୍ଡା ଜାରି ରହିଛି। ରାଜ୍ୟର ହାରାହାରି ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହି ତାପମାତ୍ରା ସ୍ୱାଭାବିକ ଠାରୁ ୨.୯ ଡିଗ୍ରି କମ୍ ରହିଛି। ଶୁକ୍ରବାର-ଶନିବାର ରାତିରେ ମହେନ୍ଦ୍ରଗଡ଼ରେ ଋତୁର ସବୁଠାରୁ ଥଣ୍ଡା ରାତି ଅନୁଭୂତ ହୋଇଥିଲା। ଏଠାକାର ତାପମାତ୍ରା ୧.୬ ଡିଗ୍ରି ସେଲସିୟସ୍ ଥିଲା। ପାଣିପାଗ ବିଭାଗ ଅନୁଯାୟୀ, ମେୱାଟ ଏବଂ ଅମ୍ବାଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ସେଲସିୟସ୍ ତଳେ ରହିଛି।

ରାଜସ୍ଥାନରେ ପ୍ରବଳ ଥଣ୍ଡା

ରାଜସ୍ଥାନରେ ପ୍ରବଳ ଥଣ୍ଡା ଏବଂ ଶୀତ ଲହରୀ ମଧ୍ୟରେ ତାପମାତ୍ରା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ସୁରକ୍ଷା ଦୃଷ୍ଟରୁ ସୋମବାର ପର୍ଯ୍ୟନ୍ତ ରାଜ୍ୟର ୨୬ଟି ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି।
ପାଣିପାଗ ବିଭାଗ ରବିବାର ଦିନ ୧୨ଟି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ପୂର୍ବାନୁମାନ କରିଛି। ଶୁକ୍ରବାର ରାତିରେ ଜୈସଲମେରରେ ତାପମାତ୍ରା ୨.୨ ଡିଗ୍ରି ସେଲସିୟସ୍ ଥିଲା। ସିକରରେ ରାତିର ତାପମାତ୍ରା ତିନି ଡିଗ୍ରି ସେଲସିୟସ୍ରୁ କମ୍ ରେକର୍ଡ କରାଯାଇଛି।
ଉତ୍ତର ଭାରତରେ କୁହୁଡ଼ି ଜନିତ ଯାନବାହାନ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଆହତ ହୋଇଛନ୍ତି।
ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଘନ କୁହୁଡ଼ି ଅନୁଭୂତ ହେଉଥିବା ସମୟରେ ଯାନବାହନ ଚଳାଚଳ ପ୍ରତି ସତର୍କ ରହିବାକୁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button