ଦେଶ ବିଦେଶ
Shahbaz Sharif: ଶାହବାଜ ସରିଫଙ୍କ ଭାଷଣକୁ ନିନ୍ଦା: ଲାଡେନଙ୍କୁ ପାଳନପୋଷଣ କରିଥିବା ପାକିସ୍ତାନ ଆମକୁ ଜ୍ଞାନ ଦେବା ଅନାବଶ୍ୟକ କହି ଆଇନା ଦେଖାଇଲା ଭାରତ
ନ୍ୟୁୟର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଭାଷଣର ଭାରତ ଉଚିତ ଜବାବ ଦେଇଛି। ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟଲ୍ ଗେହଲଟ୍ ଆତଙ୍କବାଦ ପାଇଁ ପାକିସ୍ତାନକୁ ଦାୟୀ କରି ଆଇନା ଦେଖାଇଛନ୍ତି।

ନୂଆଦିଲ୍ଲୀ: ନ୍ୟୁୟର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଭାଷଣର ଭାରତ ଉଚିତ ଜବାବ ଦେଇଛି। ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟଲ୍ ଗେହଲଟ୍ ଆତଙ୍କବାଦ ପାଇଁ ପାକିସ୍ତାନକୁ ଦାୟୀ କରି ଆଇନା ଦେଖାଇଛନ୍ତି। ଜାତିସଂଘରେ, ପେଟଲ ଗେହଲଟ୍ ପାକିସ୍ତାନକୁ ଜବାବ ଦେଇ କହିଛନ୍ତି, ସାଧାରଣ ସଭାରେ ପାକିସ୍ତାନର ପ୍ରତିନିଧିଙ୍କ ମନ୍ତବ୍ୟ ଅଜବ ଲାଗୁଛି। ଯେତେବେଳେ ନ୍ୟୁୟର୍କ ସହର ଏବଂ ବିଶ୍ୱ ଭୟଙ୍କର ୯/୧୧ ଆତଙ୍କବାଦୀଆକ୍ରମଣର ୨୫ତମ ବାର୍ଷିକୀ ପାଳନ କରୁଛି। ସେତେବେଳେ ନିଜକୁ ପାକିସ୍ତାନ ସ୍ବଚ୍ଛ ବୋଲି କହୁଛି। ଏହି ପ୍ରସଙ୍ଗକୁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ୍, ଓସାମା ବିନ୍ ଲାଡେନ୍, ପାକିସ୍ତାନୀ ସାମରିକ ବାହିନୀର ମୁଖ୍ୟ ଏକାଡେମୀ ପାଖରେ ରହୁଥିଲା। କିନ୍ତୁ ଶାହବାଜ ସରିଫଙ୍କ ଭାଷଣର ସେସବୁର ଉଲ୍ଲେଖ ନାହିଁ। ସେ କେବଳ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ପ୍ରଶଂସା କରିଛନ୍ତି।
ସୌଜନ୍ୟ ସମ୍ବାଦ




