ରାଜ୍ୟ

Shakti Sammilani ଶକ୍ତି ସମ୍ମିଳନୀରେ ଏକାଠି ହେଲେ ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ମହିଳା ସୁରକ୍ଷା, ସଂରକ୍ଷଣ ଓ ସଶକ୍ତୀକରଣ ପାଇଁ ସାମୂହିକ ଉଦ୍ୟମକୁ ସୁଦୃଢ଼ କରିବା ନେଇ ଭୁବନେଶ୍ୱରରେ ଶକ୍ତି ସମ୍ମିଳନୀ। ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ ଜଣ ବରିଷ୍ଠ ଅଧିକାରୀ ସାମିଲ।

ଭୁବନେଶ୍ୱର:  ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ସଶକ୍ତୀକରଣ ପାଇଁ ସାମୂହିକ ଉଦ୍ୟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଆଜି (ମଙ୍ଗଳବାର) ଶକ୍ତି ସମ୍ମିଳନୀରେ ଏକାଠି ହୋଇଛନ୍ତି।

ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରାହଟକର ସମ୍ମିଳନୀର ଲକ୍ଷ୍ୟ ସମ୍ପର୍କରେ କହିଛନ୍ତି, ସମଗ୍ର ଦେଶରେ ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତୀକରଣକୁ ଆଗକୁ ନେବା ପାଇଁ ଅଧିକ ସୁଦୃଢ଼ ଏବଂ ନିରନ୍ତର ସାମୂହିକ ପଦକ୍ଷେପର ଆବଶ୍ୟକତା ରହିଛି।

ଜାତୀୟ ମହିଳା ଆୟୋଗର ସଦସ୍ୟ ସଚିବ ସୁଦୀପ ଜୈନ, ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ଡ. ମୃଣାଳିନୀ ଦାର୍ସୱାଲ ଏବଂ ମିଶନ ଶକ୍ତିର ସଚିବ ମାନସୀ ନିମ୍ଭାଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମ୍ମିଳନୀରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ଚଣ୍ଡୀଗଡ଼ ଏବଂ ତେଲେଙ୍ଗାନା ସମେତ ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସଚିବ, କମିସନର, ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପ୍ରମୁଖ ୨୯ ଜଣ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button