ବାଣିଜ୍ୟ

Share Market: ଉତ୍ସାହଜନକ କାରବାର: ସେନ୍‌ସେକ୍ସରେ ୬୫୦ ପଏଣ୍ଟ୍‌ ବୃଦ୍ଧି

ସୋମବାର ଉତ୍ସାହଜନକ କାରବାର ହୋଇଥିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୬୫୦ ପଏଣ୍ଟ ବୃଦ୍ଧି ପାଇ ୮୩,୨୭୭ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୧୧ ପଏଣ୍ଟ ବୃଦ୍ଧି ପାଇ ୨୫,୬୮୨ ପଏଣ୍ଟରେ ବନ୍ଦ ହୋଇଛି।

ମୁମ୍ବାଇ: ସୋମବାର ଉତ୍ସାହଜନକ କାରବାର ହୋଇଥିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୬୫୦ ପଏଣ୍ଟ ବୃଦ୍ଧି ପାଇ ୮୩,୨୭୭ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୧୧ ପଏଣ୍ଟ ବୃଦ୍ଧି ପାଇ ୨୫,୬୮୨ ପଏଣ୍ଟରେ ବନ୍ଦ ହୋଇଛି। ଭାରତ-ଆମେରିକା ମଧ୍ୟରେ ସକାରାତ୍ମକ ବାଣିଜ୍ୟ ରାଜିନାମା ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ଘଟିଥିବାରୁ ନିବେଶକମାନଙ୍କ ମନୋବଳ ଦୃଢ଼ ହୋଇଛି। ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାର ସମ୍ଭାବନା ପ୍ରଭାବରେ ଅଶୋଧିତ ତୈଳ ଦରରେ ହ୍ରାସ ଆଶା ଦେଖାଦେଇଛି।

ଗତ ଜାନୁଆରିରେ ଖୁଚୁରା ମୁଦ୍ରାସ୍ଫୀତି ହାର କମ୍‌ ରହିବା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ନିବେଶ ବୃଦ୍ଧି ପାଉଥିବାରୁ ନିବେଶକମାନଙ୍କ ଷ୍ଟକ୍‌ ବଜାର ପ୍ରତି ବିଶ୍ବାସ ବଢ଼ିଛି। ସେମାନେ ନିବେଶ ପାଇଁ ଆଗେଇ ଆସିଛନ୍ତି।ସୋମବାର ନିବେଶକମାନେ ବ୍ୟାଙ୍କ ଓ ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରର କମ୍ପାନିଗୁଡ଼ିକ ପ୍ରତି ଆଗ୍ରହ ଦେଖାଇଥିଲେ। ରିଅଲ ଇ‌ଷ୍ଟେଟ୍‌ ଓ ଫାର୍ମା କମ୍ପାନିର ସେୟାର ଅଧିକ କିଣିଥିଲେ। ତେବେ ଗଣମାଧ୍ୟମ, ଅଟୋମୋବାଇଲ୍ ଓ ରସାୟନ କମ୍ପାନିଗୁଡ଼ିକର ସେୟାର ଚାପରେ ଥିଲା। ସୂଚନା ପ୍ରଯୁକ୍ତି ସୂଚକାଙ୍କରେ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଥିଲା। ଏଆଇ ପ୍ରଭାବରେ ସୂଚନା ପ୍ରଯୁକ୍ତି କମ୍ପାନିଗୁଡ଼ିକର କାରବାର ପ୍ରଭାବିତ ହେଉଥିବାରୁ ସେମାନଙ୍କ ସେୟାରକୁ ନିବେଶକମାନେ ବିକ୍ରି କରୁଛନ୍ତି।

ଏନ୍‌ଏସ୍‌ଇରେ ପାୱାର ଗ୍ରିଡ୍‌, କୋଲ୍‌ ଇଣ୍ଡିଆ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଦାନୀ ଏଣ୍ଟରପ୍ରାଇଜେସ୍‌, ମ୍ୟାକ୍ସ ହେଲ୍‌ଥ, ଆକ୍ସିସ୍‌ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ବଢ଼ିଥିଲା। କିନ୍ତୁ କ୍ବାଲିଟି ୱାଲ୍‌ସ, ଟେକ୍‌ ମହିନ୍ଦ୍ରା, ବଜାଜ ଫାଇନାନ୍ସ, ମାରୁତି ସୁଜୁକି ଓ ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍‌ର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ କାରବାରରେ ୪୪୯୬ଟି ଷ୍ଟକ୍‌ ଭାଗ ନେଇଥିଲେ। ସେଥିରୁ ୧୭୯୩ଟି କମ୍ପାନିର ସେୟାର ମୂଲ୍ୟରେ ବୃଦ୍ଧି ଓ ୨୫୧୦ଟି କମ୍ପାନିର ସେୟାର ମୂଲ୍ୟରେ ହ୍ରାସ ଘଟିଥିଲା। ୧୯୩ଟି କମ୍ପାନିର ସେୟାର ମୂଲ୍ୟ ଅପରିବର୍ତ୍ତିତ ରହିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button