ମନୋରଞ୍ଜନ

Shehnaaz Gill: ରାଘବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଶେହନାଜ, କହିଲେ-ସେ ମୋର କ୍ଲୋଜ ଫ୍ରେଣ୍ଡ୍‌

ନୂଆଦିଲ୍ଲୀ ୧୬।୦୭; ବଲିଉଡ୍ ଏବଂ ସୋସିଆଲ ମିଡିଆରେ ଗତ କିଛି ଦିନ ଧରି ଗୋଟିଏ ନାମ ଖୁବ ଚର୍ଚ୍ଚାରେ ରହିଛି। ସେ ହେଲେ ଅଭିନେତ୍ରୀ ଶେହନାଜ୍ ଗିଲ୍ ଏବଂ ଅଭିନେତା ତଥା ଡ୍ୟାନ୍ସର ରାଘବ ଜୁୟାଲ । ଉଭୟଙ୍କୁ ଏକାଠି ଦେଖିବା ପରେ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏବେ ପ୍ରଥମ ଥର ପାଇଁ ଶେହନାଜ୍ ଗିଲ୍ ଏହି ଗୁଜବ ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏକ ସାକ୍ଷାତକାରରେ ଯେତେବେଳେ ଶେହନାଜଙ୍କୁ ରାଘବ ଜୁୟାଲଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପଚରାଯାଇଥିଲା, ସେ ସିଧାସଳଖ ଡେଟିଂ ଗୁଜବ ଉପରେ ମନ୍ତବ୍ୟ କରିନଥିଲେ । ବରଂ  କହିଥିଲେ ଯେ ରାଘବ ତାଙ୍କର “ବହୁତ ଭଲ ବନ୍ଧୁ” ଏବଂ ସମସ୍ତେ ତାଙ୍କ ଆଗାମୀ ଫିଲ୍ମ ‘ଭାଇ ତେରା ଷ୍ଟାର ହୈ’କୁ ସମର୍ଥନ କରିବା ଉଚିତ୍ । ଏହି ଗୁଜବର ଆରମ୍ଭ ହୋଇଥିଲା ରାଘବଙ୍କ ଜନ୍ମଦିନ ପାର୍ଟି ପରେ ।

କେତେକ ଭିଡିଓରେ ରାଘବ ଭିଡ଼ ମଧ୍ୟରୁ ଶେହନାଜଙ୍କୁ ସୁରକ୍ଷିତ ଭାବେ ବାହାର କରୁଥିବା ଦେଖାଯାଇଥିଲା । ଏହା ପରେ ଦୁହେଁଙ୍କୁ ନେଇ ଡେଟିଂ ଚର୍ଚ୍ଚା ଆହୁରି ଜୋର ଧରିଥିଲା। କିଛି ଦିନ ପରେ ଆଉ କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଅନୁମାନ କରାଯାଉଥିଲା କିନ୍ତୁ ଏବେ ଶେହନାଜଙ୍କ ମନ୍ତବ୍ୟ ପରେ ସେ ସ୍ପଷ୍ଟ କରିଛନ୍ତି ଯେ ରାଘବଙ୍କୁ ସେ କେବଳ ଜଣେ ଭଲ ବନ୍ଧୁ ଭାବେ ଦେଖନ୍ତି । ସାକ୍ଷାତକାରରେ ଶେହନାଜ୍ ବ୍ୟକ୍ତିଗତ ଜୀବନ ଉପରେ ଅଧିକ କଥା ନକହି ରାଘବଙ୍କ ନୂଆ ଫିଲ୍ମକୁ ପ୍ରମୋଟ୍ କରିଥିଲେ । ସେ କହିଥିଲେ ଯେ ରାଘବ ବହୁତ ପରିଶ୍ରମୀ ଅଭିନେତା ଏବଂ ଦର୍ଶକମାନେ ତାଙ୍କ କାମକୁ ଦେଖିବା ଉଚିତ୍ ।

​​​​​​​

ଉଲ୍ଲେଖଯୋଗ୍ୟ ଯେ, ଶେହନାଜ୍ ଗିଲ୍ ଓ ରାଘବ ଜୁୟାଲ ପୂର୍ବରୁ ମଧ୍ୟ ଏକାଠି କାମ କରିଛନ୍ତି । ଅନେକ ସମୟରେ ସାର୍ବଜନୀନ କାର୍ଯ୍ୟକ୍ରମରେ ମଧ୍ୟ ଏକାଠି ନଜର ଆସିଛନ୍ତି । ଏହି କାରଣରୁ ଫ୍ୟାନମାନେ ସେମାନଙ୍କ ସମ୍ପର୍କକୁ ନେଇ ଅନୁମାନ କରୁଥିଲେ । ରାଘବ ଜୁୟାଲ ଡ୍ୟାନ୍ସର, ଟେଲିଭିଜନ୍ ହୋଷ୍ଟ ଏବଂ ଅଭିନେତା ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଶେହନାଜଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଚାଲିଥିବା ଡେଟିଂ ଗୁଜବ କିଛିଟା ଶାନ୍ତ ପଡ଼ିପାରେ ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button