ଓଡିଶା

The fight against corruption: ଦୁର୍ନୀତି ବିରୋଧୀ ଲଢ଼େଇ ‌ଅଧପନ୍ତରିଅ‌ା: ବର୍ଷାଧିକ କାଳ ଲୋକାୟୁକ୍ତ ଅଚଳ, ଗଡ଼ୁଛି ୮୭୬ ମାମଲା

ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ବିଭିନ୍ନ ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ ଏଭଳି ଢଙ୍ଗରେ ସରକାରୀ କର୍ମଚାରୀଙ୍କୁ ତାଗିଦ କରୁଛନ୍ତି। ଏହା ସହ ନିର୍ବାଚନ ପୂର୍ବରୁ କ୍ଷମତାକୁ ଆସିଲେ ବିଜେଡି ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯିବ ବୋଲି ରାଜ୍ୟ ବିଜେପି ନେତାମାନେ....

କ୍ଷିତୀଶ ରାୟ

ଭୁବନେଶ୍ବର: ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ବିଭିନ୍ନ ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ ଏଭଳି ଢଙ୍ଗରେ ସରକାରୀ କର୍ମଚାରୀଙ୍କୁ ତାଗିଦ କରୁଛନ୍ତି। ଏହା ସହ ନିର୍ବାଚନ ପୂର୍ବରୁ କ୍ଷମତାକୁ ଆସିଲେ ବିଜେଡି ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯିବ ବୋଲି ରାଜ୍ୟ ବିଜେପି ନେତାମାନେ ବିଭିନ୍ନ ସଭାସମିତିରେ ଗର୍ଜନ କରୁଥିଲେ। ହେଲେ କ୍ଷମତାଶାଳୀ ବାବୁ ଓ ନେତାଙ୍କ ବିରୋଧରେ ଆସୁଥିବା ଦୁର୍ନୀତିର ତଦନ୍ତ ପାଇଁ ବଡ଼ଅସ୍ତ୍ର ଥିବା ଲୋକାୟୁକ୍ତ ଏବେ ଅଚଳ। ‌ଏହା ଯୋଗୁଁ ରାଜ୍ୟରେ ଦୁର୍ନୀତି ବିରୋଧୀ ଲଢ଼େଇ କେବଳ ଦୁର୍ବଳ ହେଉନାହିଁ ବରଂ ସରକାରଙ୍କ ଭାବମୂର୍ତ୍ତି ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଓଡ଼ିଶାରେ ଲୋକାୟୁକ୍ତ ଗଠନ ପରେ ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ ଜଷ୍ଟିସ୍‌ ଅରିଜିତ ସିଂହ। ରାଜ୍ୟ ସରକାର ଅନ୍ୟ ୩ଜଣ ସଦସ୍ୟଙ୍କୁ ବି ନିଯୁକ୍ତି ଦେଇଥିଲେ। ଯଦିଓ ନିୟମ ଅନୁସାରେ ଅଧ୍ୟକ୍ଷ ଓ ୫ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବା କଥା। ଆରମ୍ଭରୁ ଲୋକାୟୁକ୍ତ କେବେ ପୂର୍ଣ୍ଣ ସଦସ୍ୟଙ୍କ ସହ କାର୍ଯ୍ୟ କରିନାହିଁ। ୨୦୨୪ ମାର୍ଚ୍ଚ ୧୪ରେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପରବର୍ତ୍ତୀ ସମୟରେ ଅନ୍ୟ ୩ ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଗଲାଣି। ବର୍ତ୍ତମାନ ସୁଦ୍ଧା ସରକାର କାହାରିକୁ ନିଯୁକ୍ତି ଦେଇନାହାନ୍ତି। ସଦସ୍ୟ ନ ଥିବାରୁ ମାମଲା ଶୁଣାଣି ଠପ୍ ହୋଇଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଡିସେମ୍ବର ମାସ ସୁଦ୍ଧା ଲୋକାୟୁକ୍ତଙ୍କ ନିକଟକୁ ୮୭୬ଟି ମାମଲା ଆସିଛି। ଏଥିରୁ ୩୮୯ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବା ବେଳେ ଅନ୍ୟ ୪୮୭ଟି ମାମଲା ପଞ୍ଜୀକୃତ ହୋଇନାହିଁ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଓଡ଼ିଶା ଲୋକାୟୁକ୍ତଙ୍କ ୱେବ୍‌ସାଇଟ୍‌ରେ ସବୁ ସଦସ୍ୟଙ୍କ ନାମ ଓ ଫଟୋ ରହିଛି। ଲୋକାୟୁକ୍ତ ଅଚଳ ହେବା ଭଳି ୱେବ୍‌ସାଇଟ୍‌ ମଧ୍ୟ ଅଚଳ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button