ଖେଳ

Shuttle: ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ୍‌: କ୍ବାର୍ଟରରେ ଲକ୍ଷ୍ୟ ସେନ୍‌

ବିଶ୍ବର ୧୨ ନମ୍ବର ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାରତର ଲକ୍ଷ୍ୟ ସେନ୍‌ ମର୍ଯ୍ୟାଦାଜନକ ଅଲ୍‌ଇଂଲଣ୍ଡ୍‌ ଓପନ୍‌ ପ୍ରତିଯୋଗିତାର କ୍ବାର୍ଟର-ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ସେ ହଂକଂର ଏନଜି କା ଲଙ୍ଗ୍‌ ଆଙ୍ଗସ୍‌ଙ୍କୁ ୨୧-୧୯,୨୧-୨୩, ୨୧-୧୦ରେ

ବର୍ମିଂହାମ: ବିଶ୍ବର ୧୨ ନମ୍ବର ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାରତର ଲକ୍ଷ୍ୟ ସେନ୍‌ ମର୍ଯ୍ୟାଦାଜନକ ଅଲ୍‌ଇଂଲଣ୍ଡ୍‌ ଓପନ୍‌ ପ୍ରତିଯୋଗିତାର କ୍ବାର୍ଟର-ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ସେ ହଂକଂର ଏନଜି କା ଲଙ୍ଗ୍‌ ଆଙ୍ଗସ୍‌ଙ୍କୁ ୨୧-୧୯,୨୧-୨୩, ୨୧-୧୦ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।

୨୦୨୧ ବିଶ୍ବ ଚାମ୍ପିୟନସିପ୍‌ କାଂସ୍ୟପଦକ ବିଜେତା ଲକ୍ଷ୍ୟ କ୍ବାର୍ଟରରେ ଚୀନ ଖେଳାଳି ତଥା ୬ଷ୍ଠ ସିଡ୍‌ ଲି ସି ଫେଙ୍ଗ୍‌ଙ୍କୁ ଭେଟିବେ। ସେନ୍‌ ନିଜର ପ୍ରଥମ ମ୍ୟାଚ୍‌ରେ ଚୀନ୍‌ର ସି ୟୁକିଙ୍କୁ ୨୩-୨୧, ୧୯-୨୧, ୨୧-୧୭ରେ ପରାସ୍ତ କରିଥିଲେ। ତେବେ ଭାରତର ମିଶ୍ରିତ ଯୁଗଳ ଯୋଡ଼ି ଧ୍ରୁବ କପିଳା ଓ ତନିଷା କ୍ରାଷ୍ଟୋଙ୍କ ମୁକାବିଲା ଅଧାରେ ଅଟକିଯାଇଛି। ତାଙ୍ଗ୍‌ ଚୁନ୍‌ ମାନ ଓ ସି ୟିଙ୍ଗ୍‌ ସୁଏଟ୍‌ଙ୍କ ବିରୋଧରେ ମୁକାବିଲା ଚାଲିଥିବାବେଳେ ଧ୍ରୁବଙ୍କ ପିଠି ଯନ୍ତ୍ରଣା ଯୋଗୁଁ ଭାରତୀୟ ଯୋଡ଼ି ଅଧାରୁ ଓହରି ଯାଇଥିଲେ।

ପ୍ରତିଯୋଗିତାର ଆରମ୍ଭରୁ ଭାରତର ୧ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଦାୟ ନେଇଛନ୍ତି। ବିଶ୍ବର ଏହି ପୂର୍ବତନ ଏକ ନମ୍ବର ଯୋଡ଼ି ୨୩-୨୧, ୨୧-୧୨ରେ ମାଲେସିଆର ଆଗ୍ରାଓଁ ତାଇ ଓ ଖାଙ୍ଗ୍‌ ଖାଇ ଜିଙ୍କଠୁ ହାରିଯାଇଥିଲେ। ଏଥିସହ ୨୦୨୪ ବିଶ୍ବ କନିଷ୍ଠ ପ୍ରତିଯୋଗିତା ଜିତିଥିବା ୧୯ ବର୍ଷୀୟ ତାଇ ଓ ଜି’ ବରିଷ୍ଠ ବର୍ଗରେ ବଡ଼ ସଫଳତା ପାଇଛନ୍ତି।

ଅଭିଜ୍ଞ ସାତ୍ତ୍ବିକ-ଚିରାଗ ପ୍ରଥମ ଗେମ୍‌ରେ ଏକଦା ୧୧-୬ରେ ଆଗୁଆ ଥିଲେ। ହେଲେ ତାଇ ଓ ଜି’ ଚମତ୍କାର ପ୍ରଦର୍ଶନ କରି ଲଗାତାର ୧୨ ପଏଣ୍ଟ କରାୟତ କରି ସ୍ଥିତି ୧୮-୧୬କୁ ଆଣିଥିଲେ। ଏହାପରେ ସ୍ଥିତି ୨୧-୨୧ ଟାଇ ରହିବା ପରେ ମାଲେସିଆ ଖେଳାଳି ୨ ପଏଣ୍ଟ ନେଇ ପ୍ରଥମ ଗେମ୍‌ ଜିତି ନେଇଥିଲେ। ଦ୍ବିତୀୟ ଗେମ୍‌ରେ ସାତ୍ତ୍ବିକ-ଚିରଗା ବହୁ ପଛରେ ପଡ଼ି ହାରି ମ୍ୟାଚ୍‌ ହାତଛଡ଼ା କରିଥିଲେ। ସେହିପରି ମହିଳା ଯୁଗଳ ଯୋଡ଼ି ତ୍ରୀଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ କଡ଼ା ସଂଘର୍ଷ କରି ୧୫-୨୧, ୨୧-୧୫, ୧୮-୨୧ରେ ଜାପାନର ସାୟାକା ହିରୋତା ଓ ଆୟାକୋ ସାକୁରାମୋତୋଙ୍କଠୁ ହାରି ବିଦାୟ ନେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button