ଦେଶ ବିଦେଶ
SIR: ଝାଡ଼ଖଣ୍ଡ ଭୋଟର ତାଲିକାରେ ୩ ଆଫଗାନୀ ନାଗରିକଙ୍କ ନାଁ
ଝାଡ଼ଖଣ୍ଡରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ୩ ଜଣ ଆଫଗାନୀ ନାଗରିକଙ୍କ ନାଁ ଭୋଟର ତାଲିକାରେ ଥିବା ଜଣାପଡ଼ିଛି। ଘଟଣାଟି ଜାମସେଦପୁର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରେ ଦସ୍ତାବିଜ ଯାଞ୍ଚ ସମୟରେ ସାମ୍ନାକୁ...

ରାଞ୍ଚି: ଝାଡ଼ଖଣ୍ଡରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟାରେ ୩ ଜଣ ଆଫଗାନୀ ନାଗରିକଙ୍କ ନାଁ ଭୋଟର ତାଲିକାରେ ଥିବା ଜଣାପଡ଼ିଛି। ଘଟଣାଟି ଜାମସେଦପୁର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରେ ଦସ୍ତାବିଜ ଯାଞ୍ଚ ସମୟରେ ସାମ୍ନାକୁ ଆସିଛି। ଏହି ୩ ଜଣ ହେଲେ ଅସିଲ ଖାନ୍, ମହମ୍ମଦ ଅସଲମ ଓ ମହମ୍ମଦ ଇବ୍ରାହିମ। ସେମାନଙ୍କ ନାଁ ମତଦାନ କେନ୍ଦ୍ର ନମ୍ବର ୨୮୬ର ତାଲିକାରେ ଯଥାକ୍ରମେ ୩୦, ୩୧ ଓ ୩୩ ନମ୍ବରରେ ରହିଥିଲା।
ସୌଜନ୍ୟ ସମ୍ବାଦ




