ଦେଶ ବିଦେଶ

SIR Controversy: ଟ୍ରମ୍ପ ଯାହା କରିଥିଲେ, ଭାରତରେ ମଧ୍ୟ ସେହିପରି କରିବାକୁ ଚେଷ୍ଟା କରାଯାଉଛି: ଏସଆଇଆରକୁ ଆମେରିକୀୟ ସାଂସଦଙ୍କ ବିରୋଧ

ଭାରତୀୟ ବଂଶୋଭବ ଆମେରିକୀୟ ସାଂସଦ ପ୍ରମିଳା ଜୟପାଲ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ପ୍ରକ୍ରିୟାରେ ଭାରତରେ ଭୋଟର ତାଲିକାରୁ ୧୩ କୋଟି ୩୦ ଲକ୍ଷ ନାମ ବାଦ୍ ଦିଆଯିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ୱାସିଂଟନ:ଭାରତୀୟ ବଂଶୋଭବ ଆମେରିକୀୟ ସାଂସଦ ପ୍ରମିଳା ଜୟପାଲ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ପ୍ରକ୍ରିୟାରେ ଭାରତରେ ଭୋଟର ତାଲିକାରୁ ୧୩ କୋଟି ୩୦ ଲକ୍ଷ ନାମ ବାଦ୍ ଦିଆଯିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଡେମୋକ୍ରାଟିକ୍ ସଦସ୍ୟ ପ୍ରମିଳା ଭାରତରେ ବଡ଼ ଧରଣର ଭୋଟ କାଟିବା ପଦକ୍ଷେପକୁ ଏକ ଗଣତାନ୍ତ୍ରିକ ବିରୋଧୀ ପ୍ରୟାସ ବୋଲି କହି ଦିଲ୍ଲୀ, ମୁମ୍ବାଇ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ହେଉଥିବା ଅହିଂସା ପ୍ରତିବାଦକୁ ସମର୍ଥନ ମଧ୍ୟ କରିଛନ୍ତି।

ଭାରତରେ ଘଟୁଥିବା ଘଟଣାଗୁଡ଼ିକ ଆମେରିକାରେ ଭୋଟଦାନ ଅଧିକାରକୁ ଦୁର୍ବଳ କରିବା ପାଇଁ ରାଷ୍ଟ୍ରପତି ହୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରୁଥିଲା ତାହା ସହିତ ସମାନ ମନେ ହେଉଛି। ଗଣତନ୍ତ୍ରକୁ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ। ଏପରି ସମୟରେ ଅହିଂସା ପ୍ରତିବାଦ ଆନ୍ଦୋଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ଏହି ଗଣତାନ୍ତ୍ରିକ ବିରୋଧୀ ପ୍ରୟାସକୁ ପ୍ରତିହତ କରିବା ପାଇଁ ଭାରତରେ ଅହିଂସା ପ୍ରତିବାଦରେ ସାମିଲ ହେଉଥିବା ଭାରତୀୟ ଲୋକଙ୍କ ସହିତ ଠିଆ ହୋଇଛି ।

ଗଣତନ୍ତ୍ରକୁ ସୁରକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ

ଆମେରିକୀୟମାନଙ୍କ ପରି ଭାରତୀୟମାନଙ୍କର ମଧ୍ୟ ନିରପେକ୍ଷ ନିର୍ବାଚନର ଅଧିକାର ଅଛି ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତରେ ଭୋଟର ତାଲିକାରୁ ଏତେ ସଂଖ୍ୟକ ଲୋକଙ୍କ ନାମ ବାଦ୍ ଦିଆଯିବା ନେଇ ଆମେ ଚିନ୍ତିତ। ଆମେରିକା ବ୍ୟତୀତ, ପାକିସ୍ତାନ, ବାଂଲାଦେଶ ଏବଂ ଅନେକ ୟୁରୋପୀୟ ଦେଶର ନେତାମାନେ ମଧ୍ୟ ଭାରତରେ ଜାରି ରହିଥିବା ପ୍ରତିବାଦ ଉପରେ ମତାମତ ଦେଇଛନ୍ତି।

ଚିନ୍ତା ପ୍ରକାଶ କରିଛି ଜାତିସଂଘ

ଦିଲ୍ଲୀ ପ୍ରତିବାଦ ଉପରେ ଜାତିସଂଘ ମାନବାଧିକାର କମିସନ ମଧ୍ୟ ଏକ ବିବୃତି ଜାରି କରିଛି। ପ୍ରତିବାଦ ସମୟରେ ବିକ୍ଷୋଭକାରୀଙ୍କୁ ଅଟକ ରଖିବା ଉପରେ ଜାତିସଂଘ ଚିନ୍ତା ପ୍ରକାଶ କରିଛି। ସଂଗଠନ କହିଛି ଯେ ବହୁ ସଂଖ୍ୟକ ଲୋକଙ୍କୁ ଅଟକ ରଖାଯିବାର ରିପୋର୍ଟ ନେଇ ଆମେ ଚିନ୍ତିତ। ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାରକୁ ସମ୍ମାନ ଦେବାକୁ ଜାତିସଂଘ ମାନବାଧିକାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button