
ଲଣ୍ଡନ: ଦକ୍ଷିଣ ଆଫ୍ରିକା ଏକ ବୋକା ଦଳ ବୋଲି ଆକ୍ଷେପ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍। ସେ କହିଛନ୍ତି ଯେ ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏହି ଦଳ ଭଲ ଖେଳିଥିଲା, କିନ୍ତୁ କେତେକ ରଣନୈତିକ ଭୁଲ ଯୋଗୁଁ କପ୍ ହାତଛଡ଼ା କରିଥିଲା।
ଏକ ପଡ୍କାଷ୍ଟ୍ରେ ସେ କହିଛନ୍ତି ଯେ ସୁପର-୮ ପର୍ଯ୍ୟାୟରେ ଯଦି ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜ୍କୁ ଜିତିବାକୁ ଦେଇଥାନ୍ତା ତେବେ ଭାରତ ବିଶ୍ବକପରୁ ବିଦାୟ ନେଇଥାନ୍ତା। କିନ୍ତୁ ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରି ଭାରତ ପାଇଁ ସୁଯୋଗ ସୃଷ୍ଟି କରିଥିଲା। ସେହିଦିନ ଭାରତ ଜିମ୍ବାଓ୍ବେକୁ ହରାଇଥିଲା। କିଛିଦିନ ପରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ଟି ଏକ କ୍ବାର୍ଟରଫାଇନାଲ୍ ସଦୃଶ ହୋଇଥିଲା, ଯେଉଁଥିରେ ଭାରତ ବିଜୟ ହାସଲ କରିଥିଲା ଓ ପରେ ସେମିଫାଇନାଲ୍ରେ ଇଂଲଣ୍ଡକୁ ହରାଇଥିଲା।
ତେବେ ସେ କହିଛନ୍ତି ଯେ ସାଧାରଣତଃ ଏପରି ହୁଏ ନାହିଁ ଓ ହେବା ଉଚିତ୍ ନୁହେଁ, କିନ୍ତୁ ବିଶ୍ବକପ୍ ଜିତିବାକୁ ହେଲେ ପ୍ରତିଯୋଗିତାର ସର୍ବଶ୍ରେଷ୍ଠ ଦଳକୁ ପ୍ରାରମ୍ଭିକ ସ୍ତରରୁ ହିଁ ବିଦା କରିବା ଜରୁରୀ । କିନ୍ତୁ ଦକ୍ଷିଣଆଫ୍ରିକା ଅଜାଣତରେ ଭାରତକୁ ଆଗକୁ ବଢିବାର ସୁଯୋଗ ଦେଲା ଓ ଭାରତ ତାହାର ସଦ୍ବ୍ୟବହାର କରି ଆଗକୁ ବଢି ବିଶ୍ବକପ୍ ଜିତିଥିଲା।
ସୌଜନ୍ୟ ସମ୍ବାଦ




