ନୂଆଦିଲ୍ଲୀ: ରବିବାର ସ୍ପେନର ଦକ୍ଷିଣ ପ୍ରଦେଶ କର୍ଡୋବା ନିକଟରେ ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ ଅତି କମରେ ୪୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ତେବେ ଜଣେ ୬ ବର୍ଷର ଝିଅ କୌଣସି ବଡ଼ ଆଘାତ ବିନା ରକ୍ଷା ପାଇବାରେ ସଫଳ ହୋଇଥିଲା।

ସ୍ପେନ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହେବାର କାରଣ ଜଣାପଡ଼ି ନାହିଁ। ପ୍ରାରମ୍ଭିକ ମନ୍ତବ୍ୟରେ ସ୍ପେନ୍ ପରିବହନ ମନ୍ତ୍ରୀ ଓସ୍କାର ପୁଏଣ୍ଟେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଟ୍ରାକ୍ ଓ ଟ୍ରେନ୍ ଉଭୟ ନୂଆ ଥିବାରୁ ଦୁର୍ଘଟଣାର ପ୍ରକୃତି ଅତ୍ୟନ୍ତ ଅଦ୍ଭୁତ। ମଙ୍ଗଳବାର ସ୍ପେନର ରାଜା ଓ ରାଣୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବଞ୍ଚିଥିବା ଲୋକଙ୍କୁ ଭେଟିଥିଲେ ଯେଉଁଥିରେ ୧୨୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ସୌଜନ୍ୟ ସମ୍ବାଦ
Lorem ipsum dolor sit amet, consectetur.