ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଘରୋଇ ଗ୍ରାଉଣ୍ଡରେ ବଡ଼ ସ୍କୋର କରିଛି ସନରାଇଜର୍ସ ହାଇଦ୍ରାବାଦ। ଆଇପିଏଲର ୨୧ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଏସଆରଏଚ ୬ ଓ୍ଵିକେଟ୍ ହରାଇ ୨୧୬ ରନ କରିଛି। ଅଧିନାୟକ ଇଶାନ କିଶନ ୯୧ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ହେନରିକ କ୍ଲାସେନ ୪୦ ରନ ଓ ନୀତିଶ କୁମାର ରେଡ୍ଡୀ ୨୮ ରନ କରିଛନ୍ତି।
SRH vs RR IPL 2026: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଘରୋଇ ଗ୍ରାଉଣ୍ଡରେ ବଡ଼ ସ୍କୋର କରିଛି ସନରାଇଜର୍ସ ହାଇଦ୍ରାବାଦ। ଆଇପିଏଲର ୨୧ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଏସଆରଏଚ ୬ ଓ୍ଵିକେଟ୍ ହରାଇ ୨୧୬ ରନ କରିଛି। ଅଧିନାୟକ ଇଶାନ କିଶନ ୯୧ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ହେନରିକ କ୍ଲାସେନ ୪୦ ରନ ଓ ନୀତିଶ କୁମାର ରେଡ୍ଡୀ ୨୮ ରନ କରିଛନ୍ତି। ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରହିଛି ୨୧୭ ରନର ବିଜୟ ଲକ୍ଷ୍ୟ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ପ୍ରଥମ ବଲରେ ହିଁ ବଡ଼ ଝଟକା ଲାଗିଥିଲା। ଅଭିଷେକ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ଇଶାନ କିଶନ ଓ ଟ୍ରେଭିସ ହେଡ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୫ ରନ ଯୋଡ଼ିଥିଲେ। ହେଡ ୧୮ ବଲରୁ ୧୮ ରନ କରି ଆଉଟ୍ ହୋଇଥିଲେ। ପୁଣି ଥରେ ଇଶାନ କିଶନ ଓ ହେନରିକ କ୍ଲାସେନ ଇନିଂସକୁ ଆଗକୁ ବଢାଇଥିଲେ। ଇଶାନ କିଶନ ଧୂଆଁଧାର ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ।
କ୍ଲାସେନ ୪୦ ରନର ଉପଯୋଗୀ ରନ କରିଥିଲେ। ଇଶାନ କିଶନ ଅଧିନାୟକତ୍ଵ ଇନିଂସ ଖେଳି ୪୪ ବଲରୁ ୮ ଚୌକା ଓ ୬ ଛକା ସହ ୯୧ ରନ କରିଥିଲେ। ନୀତିଶ କୁମାର ରେଡ୍ଡୀ ୧୩ ବଲରୁ ୨୮ ରନ ଓ ସଲିଲ ଆରୋରା ୧୪ ବଲରୁ ୨୪ ରନ କରିଥିଲେ। ଫଳରେ ହାଇଦ୍ରାବାଦ ୬ ଓ୍ଵିକେଟ୍ ହରାଇ ୨୧୬ ରନର ବିଶାଳ ସ୍କୋର କରିଛି। ବୋଲିଂରେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୩୭ ରନ ଦେଇ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି।
ସୌଜନ୍ୟ Prameya News7

