Stabbing: ରାୟଗଡ଼ାରେ ବିଳମ୍ବିତ ରାତ୍ରିରେ ଛୁରାମାଡ଼

ରାୟଗଡ଼ା: ବିଳମ୍ବିତ ରାତିରେ ଟାଇଲ କଟିଙ୍ଗ ମେସିନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ଜଣଙ୍କୁ ଛୁରାମାଡ଼ ହୋଇଛି I ଛୁରାମାଡ଼ ପରେ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ସ୍ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି I ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ବିହାର ରାଜ୍ୟର ଏମ ଡି ସରଫରାଜ I
ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ସୂଚନାରୁ ଜଣାପଡ଼ିଛି ରାୟଗଡ଼ା କସ୍ତୁରୀ ନଗର ଅଞ୍ଚଳରେ ବିହାର ରାଜ୍ୟର ବେଲା ଅଞ୍ଚଳର କିଛି ଯୁବକ ସହରରେ ରହି ଟାଇଲ କାମ କରୁଥିଲେ I ସରଫରାଜଙ୍କ ପଡୋଶୀ ଏମ ଡି ସୟଦ ତାଙ୍କ ଠାରୁ ଟାଇଲ କଟିଙ୍ଗ ମେସିନ ନେଇ ଫେରାଉ ନଥିଲେ I ଉକ୍ତ ଘଟଣାକୁ ନେଇ ସରଫରାଜ ଓ ସୟଦ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ସୟଦ ଛୁରୀରେ ଶରୀରର ବିଭିନ୍ନ ସ୍ଥାନରେ ଭୁସି ଦେଇଥିଲେ I ଗୁରୁତର ଅବସ୍ଥାରେ ସରଫରାଜଙ୍କ ସହଯୋଗୀ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ I ଏନେଇ ରାୟଗଡ଼ା ଥାନାରେ ସୂଚନା ଦେବା ପରେ ରାୟଗଡ଼ା ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I
ଏଠାରେ ସୂଚନା ଯୋଗ୍ୟ ଯେ ରାୟଗଡ଼ା ସହର ଅଂଚଳର ଜଣେ ଠିକାଦାର ଶଙ୍କର ରାଓ ବିହାରୀ ଯୁବକଙ୍କୁ ଆଣି ଟାଇଲ କାମ କରାଉଛନ୍ତି I
ସୌଜନ୍ୟ ସମ୍ବାଦ




