Strait Of Hormuz: ହର୍ମୁଜ୍ରେ ୨ ଟ୍ୟାଙ୍କର୍ ଉପରେ ଆକ୍ରମଣ କଲା ଇରାନ, ୪ ଜାହାଜକୁ ରୋକିଲା
ଇରାନ-ଆମେରିକା ଯୁଦ୍ଧ ଶନିବାର ଦିନ ଅତି ଭୟଙ୍କର ରୂପ ନେଇଛି। ଆମେରିକୀୟ ସେନା ଲଗାତାର ସପ୍ତମ ରାତିରେ ଆକ୍ରମଣ କରିଥିବାବେଳେ ଇରାନ ଆକ୍ରମଣରେ ହର୍ମୁଜ୍ ପ୍ରଣାଳୀରେ ଦୁଇଟି ତୈଳ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିବା ରିପୋର୍ଟ କରାଯାଇଛି।

ତେହେରାନ: ଇରାନ-ଆମେରିକା ଯୁଦ୍ଧ ଶନିବାର ଦିନ ଅତି ଭୟଙ୍କର ରୂପ ନେଇଛି। ଆମେରିକୀୟ ସେନା ଲଗାତାର ସପ୍ତମ ରାତିରେ ଆକ୍ରମଣ କରିଥିବାବେଳେ ଇରାନ ଆକ୍ରମଣରେ ହର୍ମୁଜ୍ ପ୍ରଣାଳୀରେ ଦୁଇଟି ତୈଳ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିବା ରିପୋର୍ଟ କରାଯାଇଛି। ଇରାନର ତସନିମ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି, ଇରାନୀ ସେନା ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଏକ ଥାଇ ପତାକାଯୁକ୍ତ ଜାହାଜ ଉପରେ ଆକ୍ରମଣ କରିଛି।
ଟ୍ୟାଙ୍କରଗୁଡ଼ିକରେ ନିଆଁ
ବୁଶେହରର ଡେପୁଟି ଗଭର୍ଣ୍ଣର କହିଛନ୍ତି ଯେ, ଆମେରିକା ଖାର୍ଗ ଦ୍ୱୀପରେ ଡକିଂ ହୋଇଥିବା ଏକ ଇରାନୀ ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ କରିଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡସ କହିଛି, ହର୍ମୁଜ ପ୍ରଣାଳୀ ପାର କରିବାକୁ ଚେଷ୍ଟା କରିବା ସମୟରେ ସମୁଦ୍ର ମାଇନ୍ସ ଯୋଗୁଁ ଦୁଇଟି ତେଲ ଟ୍ୟାଙ୍କର୍ରେ ନିଆଁ ଲାଗିଯାଇଥିଲା। ତେଲ ଟ୍ୟାଙ୍କର୍ ଦୁଇଟି ଲୁଚି ଆମେରିକୀୟ ଗୁଇନ୍ଦା ସଂସ୍ଥା ଦ୍ୱାରା ହର୍ମୁଜ୍ ପ୍ରଣାଳୀର ଦକ୍ଷିଣରେ ଥିବା ସାମୁଦ୍ର ମାଇନ୍ସ ବିଛାଯାଇଥିବା ଅଞ୍ଚଳ ଦେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ଟ୍ୟାଙ୍କରଗୁଡ଼ିକରେ ନିଆଁ ଲାଗିଯାଇଥିଲା। ତେବେ ଜାହାଜଗୁଡ଼ିକ କାହାର ସେନେଇ ଇରାନ କୌଣସି ସୂଚନା ପ୍ରଦାନ କରିନାହିଁ।
ଏହା ସହିତ ହର୍ମୁଜ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଚାରୋଟି ଜାହାଜକୁ ରୋକା ଯାଇଛି। ଆମେରିକୀୟ ସେନାର ସହାୟତାରେ ଜାହାଜକୁଡ଼ିକ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବାବେଳେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କରାଯାଇ ଜାହାଜଗୁଡ଼ିକୁ ଅଟକାଯାଇଥିବା ରିଭୋଲ୍ୟୁସନାରୀ ଗାର୍ଡସ କହିଛି।
ସୌଜନ୍ୟ ସମ୍ବାଦ




