ଦେଶ ବିଦେଶ
Sunetra :ଏନ୍ସିପି ମିଶ୍ରଣ ଆଲୋଚନା ମଧ୍ୟରେ ମୋଦୀ ଓ ଶାହଙ୍କୁ ଭେଟିଲେ ସୁନେତ୍ରା- ପ୍ରଫୁଲ୍ଲଙ୍କ ସହିତ ସୁପ୍ରିଆ ସୁଲେଙ୍କୁ ମିଳିପାରେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରିପଦ
ଏନ୍ସିପିର ଦୁଇଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୃଥକ୍ ପୃଥକ୍ ଭାବେ ଭେଟିଥିଲେ। ସୁନେତ୍ରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦିଲ୍ଲୀ ନିଜ ପୁଅ ପାର୍ଥ ଓ ଜୟଙ୍କ ସହିତ ଆସିଥିଲେ।

ମୁମ୍ବାଇ : ଏନ୍ସିପିର ଦୁଇଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୃଥକ୍ ପୃଥକ୍ ଭାବେ ଭେଟିଥିଲେ। ସୁନେତ୍ରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦିଲ୍ଲୀ ନିଜ ପୁଅ ପାର୍ଥ ଓ ଜୟଙ୍କ ସହିତ ଆସିଥିଲେ। ସୂତ୍ର ଅନୁଯାୟୀ ଯଦି ଏନ୍ସିପିର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ହୁଏ ତେବେ କେନ୍ଦ୍ର କ୍ୟାବିନେଟରେ ଏନ୍ସିପିକୁ ଦୁଇଟି ମନ୍ତ୍ରଣାଳୟ ମିଳିବ। ଗୋଟିଏ ଏନ୍ସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପଟେଲ ଓ ଅନ୍ୟଟି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ମିଳିବ।




