ରାଜନୀତି

କଂଗ୍ରେସକୁ ବଦନାମ କରିବା ପାଇଁ ହୋଇଥିଲା ରଙ୍ଗଲତା କେସ, ହିଂସା ଘଟଣାରେ ନାହିଁ କୌଣସି ଭୂମିକା: ଅସିତ୍ ପଟ୍ଟନାୟକ

ପ୍ରୟାସ କାନ୍ତି ସାମଲ ବିଜେପିରେ ଯୋଗ ଦେବା ପରେ ବରିଷ୍ଠ ବିଜେଡି ନେତା ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ଅସିତ୍ ପଟ୍ଟନାୟକ।

ଭଦ୍ରକ: ଭଦ୍ରକ ଜିଲ୍ଲା ରାଜନୀତିରେ ଚାଲିଛି ଆରୋପ ଓ ପ୍ରତ୍ୟାରୋପ। ପ୍ରୟାସ କାନ୍ତି ସାମଲ ବିଜେପିରେ ଯୋଗ ଦେବା ପରେ ବରିଷ୍ଠ ବିଜେଡି ନେତା ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ଅସିତ୍ ପଟ୍ଟନାୟକ। ପ୍ରୟାସକାନ୍ତିଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି।

ଅସିତ୍ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ସରକାରକୁ ବଦନାମ କରିବା ପାଇଁ ସେତେବେଳେ ରଙ୍ଗଲତା କେସକୁ ମାଧ୍ୟମ କରାଯାଇଥିଲା। କ୍ରାଇମ୍ ବ୍ରାଞ୍ଚ ତଦନ୍ତରେ ଯୁଗଳ ପଟ୍ଟନାୟକଙ୍କ ପରିବାରକୁ କ୍ଲିନଚିଟ୍ ମିଳିଥିଲା। ସମାନ ଭାବେ ଭଦ୍ରକ ହିଂସା ଘଟଣାରେ ପଟ୍ଟନାୟକ ପରିବାରର କୌଣସି ଭୂମିକା ନଥିବା କହିଛନ୍ତି ଅସିତ୍ ।

ତେବେ ବରପଦା ଇଞ୍ଜିନିଅରିଂ କଲେଜକୁ ବ୍ୟକ୍ତିଗତ କବଜାରୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି। ତେବେ ପ୍ରୟାସ କାନ୍ତି ସାମଲ ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି ଅସିତ୍ ପଟ୍ଟନାୟକ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button