ମନୋରଞ୍ଜନ

Sunny Deol Angry: ଟିକେ ବି ଲାଜ ଲାଗୁନି? ଘରେ ବାପା-ମା’ ଅଛନ୍ତି ତ? ଘର‌ ବାହାରେ ଥିବା ଫଟୋଗ୍ରାଫରଙ୍କୁ ଏଭଳି କହିଲେ ସନ୍ନି

ପରିବାର ଏବେ ଧର୍ମେନ୍ଦ୍ରଙ୍କୁ ନେଇ ଚିନ୍ତାରେ ଥିବା ବେଳେ ଧର୍ମେନ୍ଦ୍ରଙ୍କ ପୁଅ ତଥା ବଲିଉଡ ଅଭିନେତା Sunny Deol ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଦେଖାଯାଇଛି।

ମ୍ବାଇ: ଦେହାନ୍ତ ହୋଇଥିବା ନେଇ ଗୁଜବ ପ୍ରଚାର ହେବା ମଧ୍ୟରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ବୁଧବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଏବେ ସେ ଘରକୁ ଫେରି ଆସି ପରିବାର ସହ ସମୟ ବିତାଉଛନ୍ତି। ଘରେ ତାଙ୍କର ଚିକିତ୍ସା ଚାଲିଛି। ପରିବାର ଏବେ ଧର୍ମେନ୍ଦ୍ରଙ୍କୁ ନେଇ ଚିନ୍ତାରେ ଥିବା ବେଳେ ଧର୍ମେନ୍ଦ୍ରଙ୍କ ପୁଅ ତଥା ବଲିଉଡ ଅଭିନେତା ସନ୍ନି ଦେଓଲ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଦେଖାଯାଇଛି। ନଭେମ୍ବର ୧୩ ତାରିଖ ସକାଳେ ସନ୍ନି ଦେଓଲ ଘର ବାହାରକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଗିଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ହାତ ଯୋଡ଼ି ସେ ଘର ବାହାରେ ଛିଡ଼ା ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଗିଥିବା ଦେଖାଯାଇଛି।

ଆପଣମାନଙ୍କ ଘରେ ବାପା-ମା’ ଅଛନ୍ତି ତ?

ଆଜି ସକାଳେ ଫଟୋଗ୍ରାଫରମାନେ ସେମାନଙ୍କ ବାସଭବନ ବାହାରେ ଏକାଠି ହୋଇ ଗହଳି କରିବା ଦେଖି ସନ୍ନି ବାହାରକୁ ଆସି ବିରକ୍ତ ହୋଇଥିଲେ। ସେ ହାତ ଯୋଡ଼ି ଫଟୋଗ୍ରାଫରଙ୍କୁ କହିଥିଲେ, “ଆପଣମାନଙ୍କୁ ଲାଜ ଲାଗିବା କଥା। ଆପଣମାନଙ୍କ ଘରେ ବାପା-ମା’ ଅଛନ୍ତି ତ? ଆପଣମାନଙ୍କ ପିଲା ଅଛନ୍ତି ତ? ଲାଜ ଲାଗିବା କଥା।”

ତେବେ ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ବୁଧବାର ଡିସଚାର୍ଜ କରାଯାଇଥିଲା। ଜୀବନ ପାଇଁ ଦୀର୍ଘ ସଂଘର୍ଷ ପରେ ହି-ମ୍ୟାନ୍ ଘରକୁ ଫେରିଥିଲେ। ଖବର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ପରିବାର ତାଙ୍କୁ ହସ୍ପିଟାଲରୁ ଘରକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ବ୍ରିଚ୍ କ୍ୟାଣ୍ଡିର ଡାକ୍ତରମାନେ ଅଭିନେତାଙ୍କୁ ଡିସଚାର୍ଜ କରିବାକୁ ପରାମର୍ଶ ଦେବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଛନ୍ତି।ମୃତ୍ୟୁ ନେଇ ଗୁଜବ ସୃଷ୍ଟି ହୋଇଥିଲା

ମୃତ୍ୟୁ ନେଇ ଗୁଜବ ସୃଷ୍ଟି ହୋଇଥିଲା

ମଙ୍ଗଳବାର ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ଗୁଜବ ଭାଇରାଲ ହୋଇଥିଲା, ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଗୁଜବ ପରେ, ହେମା ମାଳିନୀ ଏଭଳି ଭୁଲ୍ ଖବର ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ଟ୍ୱିଟ୍ କରିଥିଲେ ଯେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଏବଂ ସେ ସ୍ଥିର ଅଛନ୍ତି। ହେମା ମାଳିନୀଙ୍କ ପୂର୍ବରୁ, ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ମଧ୍ୟ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସେୟାର କରିଥିଲେ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button