ଜୀବନଚର୍ଯ୍ୟା

Super Food: ୫୦ ବର୍ଷ ପରେ ବି ମହିଳାମାନେ ହେବେନି ବାର୍ଦ୍ଧକ୍ୟର ଶିକାର, କିଛି ସୁପରଫୁଡ ବିଷୟରେ ଜାଣନ୍ତୁ

୫୦ ବର୍ଷ ବୟସ ପରେ ମହିଳାମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। କିନ୍ତୁ ସଠିକ୍ ଖାଦ୍ୟ ଖାଇବା ଦ୍ବାରା ଆପଣ ନିଜର ହାଡ଼ ଏବଂ ମାଂସପେଶୀ ମଜବୁତ ରଖିପାରିବେ।

ନୂଆଦିଲ୍ଲୀ: ୫୦ ବର୍ଷ ବୟସ ପରେ ମହିଳାମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟିବା ଆରମ୍ଭ ହୋଇଥାଏ। ଶରୀରରେ  ମେଟାବୋଲିଜିମ୍ କମ ହୋଇଯାଏ। ହାଡ଼ ଧୀରେ ଧୀରେ ଦୁର୍ବଳ ହେବାସହ ମାଂସପେଶୀର ଶକ୍ତି ହ୍ରାସ ପାଏ ଏବଂ ଅଧିକ ଥକ୍କା ଲାଗିଥାଏ। କେତେକ ସମୟରେ ଅଧିକ କାର୍ଯ୍ୟ ନ କରି ମଧ୍ୟ ଶରୀରରେ ଭାରୀ ଏବଂ ଆଳସ୍ୟ ଅନୁଭବ ହୋଇଥାଏ। କେବଳ କମ୍ ଖାଇବା କିମ୍ବା ଡାଏଟିଂ କରିବା ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସଠିକ୍ ଉପାୟ ନୁହେଁ।

ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଖାଇବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଖୁସିର କଥା ହେଉଛି ଯେ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ କିଛି ଏମିତି ଖାଦ୍ୟ ସାମିଲ କରି,୫୦  ବର୍ଷ ପରେ ମଧ୍ୟ ଆପଣଙ୍କ ଶରୀରକୁ ଶକ୍ତିଶାଳୀ, ସକ୍ରିୟ ଏବଂ ସୁସ୍ଥ ରଖିପାରିବେ। ତେଣୁ ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ମହିଳାମାନେ ୫୦ ବର୍ଷ ନିଶ୍ଚିତ ଭାବରେ ଖାଇବା ଉଚିତ।

ସାଲମନ: ସାଲମନ ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନରେ ଭରପୂର। ଏହାକୁ ହୃଦୟ ସ୍ୱାସ୍ଥ୍ୟ, ଗଣ୍ଠି ଯନ୍ତ୍ରଣା କମାଇବା ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟ ଉନ୍ନତ କରିବା ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ।

ମସୁର ଡାଲି ଏବଂ ବିନ୍ସ: ମସୁର ଡାଲି ଏବଂ ବିନ୍ସ ଫାଇବର ଏବଂ ଉଦ୍ଭିଦ ପ୍ରୋଟିନରେ ଭରପୂର ରହିଥାଏ । ଏହା ହଜମ କରିବାରେ ସାହାଯ୍ୟ କରିବା ସହ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ବେରି: ବ୍ଲୁବେରି, ଷ୍ଟ୍ରବେରି ଏବଂ ରସବେରି ଭଳି ବେରି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇଥାଏ । ଏଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ସହ ସ୍ମୃତି ଶକ୍ତି କୁ ବଢାଇଥାଏ ।

ସବୁଜ ପତ୍ରଯୁକ୍ତ ପନିପରିବା: ପାଳଙ୍ଗ, ମେଥି ଏବଂ ସୋରିଷ ପରି ସବୁଜ ପନିପରିବାରେ ଲୌହ, କ୍ୟାଲସିୟମ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ। ଏହା ହାଡ଼କୁ ମଜବୁତ କରିବା ସହ ରକ୍ତହୀନତାକୁ ମୁକାବିଲା କରିବା ଏବଂ ପାଚନ ଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ।

ଅଣ୍ଡା: ଅଣ୍ଡା ଉଚ୍ଚମାନର ପ୍ରୋଟିନ୍ ଏବଂ ଭିଟାମିନ୍ ଡିର ଏକ ଭଲ ଉତ୍ସ। ଏହା ମାଂସପେଶୀକୁ ମଜବୁତ କରିବା ସହ ଥକ୍କାପଣ କମ କରିବାରେ ଏବଂ ଶରୀରକୁ ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।

ଆଭୋକାଡୋ: ଆଭୋକାଡୋରେ ସୁସ୍ଥ ଚର୍ବି ଥାଏ ଯାହା ହୃଦୟକୁ ସୁସ୍ଥ ରଖିଥାଏ।  ଏହା ଚର୍ମକୁ ମଇଶ୍ଚରାଇଜ କରିବାରେ ସାହାଯ୍ୟ କରେ ଏବଂ ଶରୀରରେ ଥିବା ଆବଶ୍ୟକୀୟ ପୋଷକ ତତ୍ତ୍ୱକୁ ଭଲ ଭାବରେ ଅବଶୋଷିତ କରିବାରେ ସାହାଯ୍ୟ କରେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button