ଅପରାଧ

Supreme Court: ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ ପାଇଁ କହିପାରିବେ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କୋର୍ଟ ଜଣେ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଖାରଜ କରିପାରିବେ କିନ୍ତୁ ତାଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେବାର କୌଣସି ଅଧିକାର ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଠକେଇ ଓ ଜାଲିଆତି ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି ବେଳେ ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି।

ଝାଡଖଣ୍ଡ ହାଇକୋର୍ଟ ଅଭିଯୁକ୍ତଙ୍କ ଦ୍ବିତୀୟ ଆଗୁଆ ଜାମିନ ଆବେଦନକୁ ଖାରଜ କରି ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ଓ ନିୟମିତ ଜାମିନ ମାଗିବାକୁ କହିଥିଲେ। କୋର୍ଟ ତାଙ୍କର ପ୍ରଥମ ଆଗୁଆ ଜାମିନକୁ ମଧ୍ୟ ଖାରଜ କରିଦେଇଥିଲେ। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଏପରି ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଅଧିକାରବିହୀନ ଏବଂ ଯଦି କୌଣସି କୋର୍ଟ ଆଗୁଆ ଜାମିନ ପ୍ରତ୍ୟାଖ୍ୟାନ କରିବାକୁ ପସନ୍ଦ କରନ୍ତି, ତେବେ ସେ ତାହା କରିପାରନ୍ତି, କିନ୍ତୁ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରିବେ ନାହିଁ।

 

 

ସୌଜନ୍ୟ ସମ୍ବାଦ

Show More
Back to top button