ଦେଶ ବିଦେଶ

Supriya Sule Maharastra ମହାରାଷ୍ଟ୍ର ରାଜନୀତିରେ ଝଡ଼: ସୁପ୍ରିୟା ସୁଲେଙ୍କୁ ମୋଦୀ କ୍ୟାବିନେଟରେ ମନ୍ତ୍ରୀ କରିବା ନେଇ କଂଗ୍ରେସ ନେତାଙ୍କ ମନ୍ତବ୍ୟ

ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି। Senior କଂଗ୍ରେସ ନେତା ବିଜୟ ୱାଡେଟିୱାର ଏକ ଦାବି କରିଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି। ବରିଷ୍ଠ କଂଗ୍ରେସ ନେତା ବିଜୟ ୱାଡେଟିୱାର ଏକ ଦାବି କରିଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ସଂକେତ ଦେଇଛନ୍ତି, ଏନସିପିର ଦୁଇଟି ଗୋଷ୍ଠୀ ପୁନର୍ବାର ଏକାଠି ହେଉଛନ୍ତି ଏବଂ ସୁପ୍ରିୟା ସୁଲେ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ହେବାକୁ ଯାଉଛନ୍ତି। ପୁଣେ ନଗର ନିଗମ ନିର୍ବାଚନ ପାଇଁ ପ୍ରକାଶିତ ମିଳିତ ଘୋଷଣାପତ୍ର ଏହି କଳ୍ପନାଜଳ୍ପନାକୁ ସରଗରମ ହେବାର ଖୋରାକ ଯୋଗାଇଛି।

ସେମାନେ ଭିତରେ ଭିତରେ ଏକାଠି ହୋଇ ସାରିଛନ୍ତି

ପୁଣେ ନଗର ନିଗମ ନିର୍ବାଚନ ପାଇଁ ଅଜିତ ପାୱାର ଏବଂ ସୁପ୍ରିୟା ସୁଲେ ଏକ ମିଳିତ ଇସ୍ତାହାର ପ୍ରକାଶ କରିବା ପରେ ୱାଡେଟିୱାର ଏହି ବିବୃତି ଦେଇଛନ୍ତି। ସେ କହିଛନ୍ତି, ଉଭୟ ଗୋଷ୍ଠୀର ଇସ୍ତାହାର ଏବଂ ପ୍ରତିଶ୍ରୁତି ସମାନ ହୋଇଥିବାରୁ ଏହା ଧରି ନିଆଯିବା ଉଚିତ୍ ଯେ, ସେମାନେ ଭିତରେ ଭିତରେ ଏକାଠି ହୋଇ ସାରିଛନ୍ତି। ଏହି ମେଣ୍ଟ କୌଣସି ବିଚାରଧାରା କିମ୍ବା କର୍ମୀଙ୍କ ଲାଭ ପାଇଁ ନୁହେଁ। ଏହା କେବଳ କ୍ଷମତା ଲୋଭରେ କରାଯାଉଛି।

ସେ ଏନସିପି ଏବଂ ଶରଦ ପାୱାର ଗୋଷ୍ଠୀ ମଧ୍ୟରେ ବଢୁଥିବା ନିବିଡ଼ତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ପ୍ରକୃତ ପ୍ରସଙ୍ଗ ହେଉଛି ସେମାନେ ଏକାଠି କାହିଁକି ହେଉଛନ୍ତି। ୱାଡେଟିୱାର ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଏନସିପି ଏବଂ ଏନସିପି (ଶରଦଚନ୍ଦ୍ର ପାୱାର) ଗୋଷ୍ଠୀର ଘୋଷଣାପତ୍ର ସମାନ, ତେବେ ଏହାର ସ୍ପଷ୍ଟ ଅର୍ଥ ହେଉଛି ସେମାନେ ଏକତ୍ରିତ ହୋଇ ସାରିଛନ୍ତି।

ତାଙ୍କ ମତରେ, ଜୁଲାଇ ୨୦୨୩ ବିଭାଜନ ପରେ ଦୁଇ ଗୋଷ୍ଠୀର ଏକାଠି ହେବା କେବଳ ରାଜନୈତିକ ସୁବିଧାର ବିଷୟ ପରି ମନେ ହେଉଛି। ଏଥିରେ ଦଳୀୟ କର୍ମୀଙ୍କ ଭାବନାକୁ କୌଣସି ଗୁରୁତ୍ୱ ଦିଆଯାଇନାହିଁ।

ସେ ଦାବି କରିଛନ୍ତି. ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ଯେ, ଏନସିପି (ଶରଦଚନ୍ଦ୍ର ପାୱାର) ଗୋଷ୍ଠୀର ନେତା ରୋହିତ ପାୱାରଙ୍କୁ ମହାରାଷ୍ଟ୍ର କ୍ୟାବିନେଟରେ ସାମିଲ କରାଯାଇପାରେ। ସେହିପରି ବାରାମତି ସାଂସଦ ସୁପ୍ରିୟା ସୁଲେଙ୍କୁ କେନ୍ଦ୍ର ସରକାରରେ ସ୍ଥାନ ମିଳିବାର ସମ୍ଭାବନା ଅଛି।
ଅମ୍ବରନାଥ ପୌର ପରିଷଦରେ ବିଜେପି ଏବଂ ଶିବସେନା ମଧ୍ୟରେ ଚାଲିଥିବା ବିବାଦକୁ କେବଳ ନାଟକ ବୋଲି ୱାଡେଟିୱାର କହିଛନ୍ତି। ସେ ଏହାକୁ ଲୋକ ଦେଖାଣିଆ ଲଢ଼େଇ କହିଛନ୍ତି। ଆଜି ପରସ୍ପର ମଧ୍ୟରେ ଲଢୁଥିବା ଦଳ କାଲି କ୍ଷମତା ପାଇଁ ପରସ୍ପରକୁ ଆଲିଙ୍ଗନ କରିବେ। ସମସ୍ତଙ୍କ ଲକ୍ଷ୍ୟ କେବଳ କିଭଳି କ୍ଷମତା ହାସଲ କରିବା ବୋଲି ସେ କଟାକ୍ଷ କରିଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button