ଖେଳ

T20 World Cup: ଇଟାଲିର ପଦାର୍ପଣକୁ ଫିକା କଲା ସ୍କଟ୍‌ଲାଣ୍ଡ୍‌

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପଦାର୍ପଣ କରିଥିବା ଇଟାଲିର ଆରମ୍ଭ ଫିକା ପଡ଼ିଛି। ସୋମବାର କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ସପ୍ତମ ମ୍ୟାଚ୍‌ରେ ଏହି ଦଳକୁ ୭୩ ରନ୍‌ରେ ସ୍କଟ୍‌ଲାଣ୍ଡ ହରାଇ ଦେଇଛି।

କୋଲକାତା: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପଦାର୍ପଣ କରିଥିବା ଇଟାଲିର ଆରମ୍ଭ ଫିକା ପଡ଼ିଛି। ସୋମବାର କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ସପ୍ତମ ମ୍ୟାଚ୍‌ରେ ଏହି ଦଳକୁ ୭୩ ରନ୍‌ରେ ସ୍କଟ୍‌ଲାଣ୍ଡ ହରାଇ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ସ୍କଟ୍‌ଲାଣ୍ଡକୁ ଜର୍ଜ ମୁନ୍‌ସି ଓ ମାଇକେଲ ଜୋନ୍ସ ଭଲ ଆରମ୍ଭ ଦେଇଥିଲେ। ଉଭୟ ପାୱାର ପ୍ଲେରେ ୪୯ ରନ୍‌ ସହ ପ୍ରଥମ ୱିକେଟ୍‌ରେ ୧୩.୫ ଓଭରରେ ୧୨୬ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ମୁନ୍‌ସିଙ୍କ (୮୪ ରନ୍‌) ଓ ଜୋନ୍ସ (୩୭ ରନ୍‌) ଗୋଟିଏ ଓଭର ବ୍ୟବଧାନରେ ପ୍ୟାଭିଲିୟନ୍‌ ଫେରିଥିଲେ। ବ୍ରାଣ୍ଡନ ମ୍ୟାକ୍‌ମୁଲାନ (୧୮ ବଲ୍‌ରୁ ୪୧*) ଓ ମାଇକେଲ ଲିସ୍କ (୫ ବଲ୍‌ରୁ ୨୨*) ଅପରାଜିତ ରହି ଦଳୀୟ ସ୍କୋର୍‌ ୨୦୭/୪ରେ ପହଞ୍ଚାଇଥିଲେ।

ଜବାବରେ ଇଟାଲି ୧୬.୪ ଓଭରରେ ୧୩୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୪୦ ରନ୍‌ରେ ୩ ୱିକେଟ୍‌ ହରାଇ ପ୍ରାରମ୍ଭିକ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିବା ଇଟାଲିକୁ ଆଶା ଦେଇଥିଲେ ଦୁଇ ଭାଇ ବେନ୍‌ ଓ ହାରି ମାନେଣ୍ଟି। ଉଭୟ ଚତୁର୍ଥ ୱିକେଟ୍‌ରେ ୭୩ ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌ ୧୦୦ ପାର୍‌ କରିଥିଲେ। ହାରି (୩୭ ରନ୍‌) ଓ ବେନ୍‌ (୫୨ ରନ୍‌) ଆଉଟ୍‌ ପରେ ୫ ରନ୍‌ରେ ଶେଷ ୪ ୱିକେଟ୍‌ ହରାଇ ପରାଜୟ ବରଣ କରିଥିଲା। ଫିଲ୍ଡିଂ ବେ‌ଳେ ଆହତ ହୋଇଥିବା ଇଟାଲି ଅଧିନାୟକ ୱାନେ ମାଡ୍‌ସେନ ବ୍ୟାଟିଂକୁ ଆସି ନଥିଲେ।

ମାଡ୍‌ସେନ୍‌ କାନ୍ଧ ଖସିଗଲା; ବାଦ୍‌ ପଡ଼ିପାରନ୍ତି

ନିଜର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପଦାର୍ପଣ ମ୍ୟାଚ୍‌ରେ ହାରିଥିବା ଇଟାଲିକୁ ଆଉ ଏକ ଝଟକା ଲାଗିଛି। ଏହାର ଅଧିନାୟକ ୱାନେ ମାଡ୍‌ସେନ୍‌ ସୋମାବର ଆହତ ଯୋଗୁଁ ଏହି ବିଶ୍ବକପ୍ ଆଉ ଖେଳି ନପାରିବାର ସମ୍ଭାବନା ଦେଖାଦେଇଛି। ମ୍ୟାଚ୍‌ର ଚତୁର୍ଥ ଓଭରରେ ମିଡ୍‌ୱିକେଟ୍‌ ନିକଟରେ ଡାଇଭ୍‌ମାରି ବାଉଣ୍ଡରି ଅଟକାଇବାକୁ ଚେଷ୍ଟା କରୁଥିଲା ବେଳେ ଅସ୍ବାଭାବିକ ଭାବେ ପଡ଼ି ଯାଇଥିଲେ। ଜୋର୍‌ରେ ଯନ୍ତ୍ରଣା ହେବାରୁ ସେ କାନ୍ଧକୁ ଧରିଧରି ପଡ଼ିଆ ବାହାରକୁ ଚାଲିଯାଇଥିଲେ। ସେ ଆଉ ବ୍ୟାଟିଂକୁ ଆସି ନଥିଲେ। ମ୍ୟାଚ୍‌ ପରେ ସେ କହିଛନ୍ତି ଯେ ‘‘ମୋ କାନ୍ଧ ଖସି ଯାଇଛି। ସୁସ୍ଥ କରିବା ଲାଗି ଫିଜିଓ କାମ କରୁଛନ୍ତି। ସ୍କାନ୍‌ ପରେ କ’ଣ ହେଇଛି ଜଣାପଡ଼ିବ। ଏବେଠୁ କହି ପାରିବିନି ଆଗକୁ ଏହି ବିଶ୍ବକପ୍‌ରେ ଖେଳିବି କି ନାହିଁ। ମ୍ୟାଚ୍‌ ଆରମ୍ଭରୁ ଅଧିନାୟକ ଆହତ ହେବା ନିଶ୍ଚିତ ଆମ ପାଇଁ କଷ୍ଟକର ବିଷୟ’’।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button