ଖେଳ

Taekwondo: ଟାଏକୋଣ୍ଡୋ ଫେଡେରେସନ୍‌ କପ୍‌: ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୧୯ ପଦକ

ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଇଣ୍ଡିଆ ଟାଏକୋଣ୍ଡୋ ଫେଡେରେସନ୍‌ କପ୍‌ରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧୫ କାଂସ୍ୟ ସହ ମୋଟ ୧୯ ପଦକ ମିଳିଛି। ପି. ସୋହମ୍, ସ୍ବରାଜ ଶେଖର ନାୟକ, ଶିବ ପାଇକ, ସୋନାକ୍ଷୀ ସେଠୀ, ସୁଧାମୟୀ ପାଢ଼ୀଙ୍କୁ ନେଇ ଗଠିତ ଫ୍ରିଷ୍ଟାଇଲ୍‌ ଦଳ ସ୍ବର୍ଣ୍ଣ ଜିତିଥିଲା।

ଭୁବନେଶ୍ବର: ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଇଣ୍ଡିଆ ଟାଏକୋଣ୍ଡୋ ଫେଡେରେସନ୍‌ କପ୍‌ରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧୫ କାଂସ୍ୟ ସହ ମୋଟ ୧୯ ପଦକ ମିଳିଛି। ପି. ସୋହମ୍, ସ୍ବରାଜ ଶେଖର ନାୟକ, ଶିବ ପାଇକ, ସୋନାକ୍ଷୀ ସେଠୀ, ସୁଧାମୟୀ ପାଢ଼ୀଙ୍କୁ ନେଇ ଗଠିତ ଫ୍ରିଷ୍ଟାଇଲ୍‌ ଦଳ ସ୍ବର୍ଣ୍ଣ ଜିତିଥିଲା।

ଆସ୍ନା ବିଶୋୟୀ, ଡି. ସ୍ମିରିଥା, ଏମ୍‌. ସମିତା ଆଚାର୍ଯ୍ୟ, ସସ୍ମିତା ସାହୁ, ଡି. ଭରତ କୁମାର, ଜାଭିଲି ତନୂଜଙ୍କୁ ନେଇ ଗଠିତ ଫ୍ରିଷ୍ଟାଇଲ ପୁମସେ ଦଳ, ଅଣ୍ଡର-୫୯ରେ ସୁବର୍ଣ୍ଣ ସାହୁ ଏବଂ ଫ୍ରିଷ୍ଟାଇଲ ପେୟାରରେ ଆଲିଶା ସାବତ ଓ ପି. ପ୍ରତୀକ ପାତ୍ର ରୌପ୍ୟ ପଦକ ଜିତିଥିଲେ। ଉପକନିଷ୍ଠ ଟିମ୍ ପୁମସେରେ ରୁଦ୍ର ନାରାୟଣ ସାମଲ, ରୁଦ୍ର ପ୍ରସାଦ ଆଚାର୍ଯ୍ୟ, ଶୁଚୟେ ମହାନ୍ତି, ଫ୍ରିଷ୍ଟାଇଲ ପୁମସେରେ ଦିବ୍ୟଙ୍କା ସାହୁ, ଅଣ୍ଡର-୩୨ରେ ଗଣେଶ ସାହୁ, ଅଣ୍ଡର-୩୫ରେ ସାଲ୍‌ଭି ସ୍ଵତେଲୀନା ଆର୍ଯ୍ୟ, କ୍ୟାଡେଟ୍‌ ବର୍ଗର ଅଣ୍ଡର-୪୪ରେ ଆତ୍ମଜ ସାବତ, ଫ୍ରିଷ୍ଟାଇଲ ଇଣ୍ଡିଭିଜୁଆଲରେ ଅଂଶିକା ସାବତ, ଆତ୍ମଜା ସାବତ ଓ ବିଶାଳ କୁମାର୍ ନାଏକ, ଅଣ୍ଡର-୫୯ରେ ପ୍ରିୟଙ୍କା ପାଣିଗ୍ରାହୀ, ଟିମ୍ ପୁମସେରେ ଦିବ୍ୟାଶା ମହାପାତ୍ର, ପ୍ରିୟଙ୍କା ପାଣିଗ୍ରାହୀ, ଏଚ୍‌. କ୍ରୀତି, ଫ୍ରିଷ୍ଟାଇଲ ଟିମ୍‌ରେ ଅଂଶୁମାନ ବେହେରା, ତନିସ କୁମାର ସାହୁ, ଦୀପକ ଶବର, ପ୍ରିୟଙ୍କା ପାଣିଗ୍ରାହୀ, ଦିବ୍ୟାଶା ମହାପାତ୍ର, ଏଚ୍‌. କ୍ରୀତି, ଅଣ୍ଡର-୫୧ରେ ଅନୁଶ୍ରୁତା ମଲ୍ଲିକ, କନିଷ୍ଠ ବର୍ଗ ଫ୍ରିଷ୍ଟାଇଲ ଇଣ୍ଡିଭିଜୁଆଲ୍‌ରେ ନୀତିଶା ସୂର୍, ବାଲାଜୀ ପ୍ରସାଦ ପାଢ଼ୀ, ବରିଷ୍ଠ ଅଣ୍ଡର-୬୭ରେ ଅପୂର୍ବ ଆର୍ଯ୍ୟ କାଂସ୍ୟ ପଦକ ଜିତିଛନ୍ତି।

ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୫୦ ଖେଳାଳି ଅଂଶଗ୍ରହଣ କରିଥିଲେ। ପଦକ ବିଜେତାମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗର ଅଧିକାରୀ, ରାଜ୍ୟ ଟାଏକୋଣ୍ଡୋ ସଂଘର ଅଧ୍ୟକ୍ଷ ହରିପ୍ରସାଦ ପଟ୍ଟନାୟକ, ସଭାପତି ଚିନ୍ମୟ କୁମାର ସାହୁ, ପୃଷ୍ଠପୋଷକ ଦେବେନ୍ଦ୍ର କୁମାର ସାହୁ, ପରାମର୍ଶଦାତା ରଞ୍ଜିତା ସ୍ବାଇଁ, ସଂପାଦକ ଚିନ୍ମୟ ବେହେରା, ଉପସଭାପତି ପ୍ରସନ୍ନ କୁମାର ରାଉତ ଅଭିନନ୍ଦନ ଜଣାଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button