ଜୀବନଚର୍ଯ୍ୟା

Stretch Mark: ରହିବନି ଆଉ ଷ୍ଟ୍ରେଚ୍‌ମାର୍କ, ଆପଣାନ୍ତୁ ଘରୋଇ ଉପଚାର…

ଷ୍ଟ୍ରେଚ୍‌ମାର୍କ ସାଧାରଣଃ ନାରୀମାନଙ୍କ ପାଇଁ ଏକ ଚିନ୍ତାର କାରଣ। ସନ୍ତାନ ଜନ୍ମ ପରେ ହେଉ କିମ୍ବା ଅଧିକ ଚର୍ବି ଝଡ଼ିବା ପରେ ଏକ ପ୍ରକାର ଦାଗ ରହିଯାଏ। ଯାହାକୁ ଷ୍ଟ୍ରେଚ୍‌ମାର୍କ କୁହାଯାଏ। ଏହାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର କ୍ରିମ୍‌ ମିଳୁଛି।

ଷ୍ଟ୍ରେଚ୍‌ମାର୍କ ସାଧାରଣଃ ନାରୀମାନଙ୍କ ପାଇଁ ଏକ ଚିନ୍ତାର କାରଣ। ସନ୍ତାନ ଜନ୍ମ ପରେ ହେଉ କିମ୍ବା ଅଧିକ ଚର୍ବି ଝଡ଼ିବା ପରେ ଏକ ପ୍ରକାର ଦାଗ ରହିଯାଏ। ଯାହାକୁ ଷ୍ଟ୍ରେଚ୍‌ମାର୍କ କୁହାଯାଏ। ଏହାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର କ୍ରିମ୍‌ ମିଳୁଛି। ଏହାବାଦ୍‌ ଆମେ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଏହାକୁ ଦୂର କରିପାରିବା। ଚାଲନ୍ତୁ ଜାଣିବା ଘରେ କିପରି ତିଆରି ସହଜ ଉପାୟରେ ତିଆରି କରିବା…

ଚନ୍ଦନ ପ୍ୟାକ୍‌ :

ଚନ୍ଦନରେ ରହିଛି ଅନେକ ଉପକାରୀ ଗୁଣ। ତେଣୁ ଏହା ଏକ ଆୟୁର୍ବେଦିକ ବିୟୁଟି ପ୍ରଡକ୍ଟ ଭାବେ ମଧ୍ୟ ପରିଚିତ। ପେଟରେ ହେଇଥିବା ଷ୍ଟ୍ରେଚ୍‌ ମାର୍କ ଦୂର କରିବା ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ। ଏଥିପାଇଁ ଘରେ ଚନ୍ଦନ ପେଡ଼ିରେ ଏହାକୁ ଘୋରି କିମ୍ବା ମାର୍କେଟ୍‌ରେ ମିଳୁଥିବା ସ୍ୟାଣ୍ଡେଲ୍‌ ପାଉଡରରେ ଦହି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏଥିରେ ଆପଣ ଟୋମାଟେ ରସ ଓ ମହୁ ମଧ୍ୟ ମିଶାଇପାରିବେ। ଏହାକୁ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୩-୪ ଥର କରନ୍ତୁ।

ଆଲୋଭେରା:

ଆଲୋଭେରା ଜେଲ୍‌କୁ ଦିନରେ ଦୁଇଥର ପେଟରେ ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ପେଟର ତ୍ୱଚା କୋମଳ ରହିବା ସହ ଷ୍ଟ୍ରେଚ୍‌ମାର୍କ ଦୂର ହେବ। କଳା ଦାଗ ଦୂର କରିବା ପାଇଁ ଆଳୁ ରସ ଖୁବ୍‌ ଉପକାରୀ। ଏହାକୁ ପେଟରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଆଳୁରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍‌ ସି ଅଛି, ଯାହା କଳାଦାଗ ଦୂର କରି ତ୍ୱଚା ଉଜ୍ଜ୍ୱଳ କରେ ଏବଂ ଷ୍ଟ୍ରେଚ୍‌ମାର୍କ ଦୂର କରିବାରେ ସାହାଯ୍ୟ କରେ। ପ୍ରତିଦିନ ଏହାକୁ ଲଗାଇଲେ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇପାରିବ।
ସେହିପରି କାକୁଡ଼ି ରସରେ ଭିଟାମିନ୍‌ ଏ, ବି ଓ ପୋଟାସିୟମ୍‌ ବହୁ ପରିମାଣରେ ଅଛି। ଏହାକୁ ଲଗାଇଲେ ପେଟରେ ହୋଇଥିବା କଳାଦାଗ ଓ ଷ୍ଟ୍ରେଚ୍‌ମାର୍କ ଦୂର ହୋଇଥାଏ। ନଡ଼ିଆ ତେଲ ନିୟମିତ ପେଟରେ ମାଲିସ୍‌ କରିବା ଦ୍ୱାରା ପେଟର ତ୍ୱଚା ନରମ ହେବା ସହ ଷ୍ଟ୍ରେଚ୍‌ମାର୍କ ଦୂର ହୋଇଥାଏ। ବାଦାମ ପାଉଡ଼ର କ୍ଷୀରରେ ମିଶାଇ ପେଟରେ ଲଗାନ୍ତୁ। ବାଦାମରେ ଥିବା ଭିଡାମିନ୍‌ ଇ ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବା ସହ ଷ୍ଟ୍ରେଚ୍‌ମାକ ଦୂର କରିବାରେ ସାହାଯ୍ୟ କରେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button