ଦେଶ ବିଦେଶ

Alimony Denied: ଭରଣପୋଷଣ ପାଇଁ ମନା କଲେ କୋର୍ଟ, ସ୍ବାମୀଙ୍କୁ ନିସ୍ତୁକ ପିଟିଲେ ସ୍ତ୍ରୀ, ଭିଡିଓ ଭାଇରାଲ

କୋର୍ଟ ଭରଣପୋଷଣ ଦେବାକୁ ମନା କରିଦେଲେ, ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ। କୋର୍ଟ ବାହାରର ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। କୋର୍ଟ ବାହାରର ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି...

ନୂଆଦିଲ୍ଲୀ: କୋର୍ଟ ଭରଣପୋଷଣ ଦେବାକୁ ମନା କରିଦେଲେ, ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ  ନିସ୍ତୁକ ପିଟିଲେ। କୋର୍ଟ ବାହାରର ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ଛାଡପତ୍ର ଶୁଣାଣି ପରେ କୋର୍ଟ ବାହାରେ ମହିଳା ତାଙ୍କ ସ୍ୱାମୀଙ୍କୁ ପିଟୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। ଭରଣପୋଷଣ ବିବାଦ ସୋସିଆଲ ମିଡିଆରେ ଏକ ବିତର୍କ ସୃଷ୍ଟି କରିଛି। ଜନସାଧାରଣ ଆଇନ ଉପରେ ପ୍ରଶ୍ନ ଉଠାଇଛନ୍ତି।

ମହିଳା ଜଣକ ସ୍ବାମୀଙ୍କୁ ଚାପୁଡ଼ା ବିଧା ମାରୁଛନ୍ତି ଏବଂ ତାଙ୍କ କେଶ ଟାଣୁଛନ୍ତି।  ପାଖରେ ଥିବା ଲୋକେ ଏହି ଘଟଣାକୁ ଭୟଭୀତ ହୋଇ ଦେଖୁଛନ୍ତି। ଆଶ୍ଚର୍ଯ୍ୟର କଥା, ମାଡ଼ ଖାଇବା ସତ୍ତ୍ୱେ, ସ୍ବାମୀ ଜଣକ କିଛି କହୁ ନାହାନ୍ତି କିମ୍ବା କ୍ରୋଧ ଦେଖାଉ ନାହାନ୍ତି ବରଂ  ସ୍ତ୍ରୀଙ୍କୁ ଶାନ୍ତ ଭାବରେ ଚାହିଁ ହସୁଛନ୍ତି।

ପରିବାର କୋର୍ଟ ବାହାରେ ହଙ୍ଗାମା

ଏହା ଏକ ପରିବାର କୋର୍ଟ ବାହାରେ ଘଟିଥିବା କୁହାଯାଉଛି। ତେବେ ଏହା କେଉଁଠିକାର ଘଟଣା ତାହା ଜଣାପଡ଼ିନାହିଁ। କୁହାଯାଉଛି ଯେ ଛାଡପତ୍ର ଶୁଣାଣି ପରେ ସ୍ୱାମୀ ଏବଂ ସ୍ତ୍ରୀ ମୁହାଁମୁହିଁ ହୋଇଥିଲେ। କୋର୍ଟ ମହିଳାଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ସ୍ତ୍ରୀ କ୍ରୋଧିତ ହୋଇଥିଲେ ​​ଏବଂ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ।

କୋର୍ଟ ମହିଳାଙ୍କୁ  ଭରଣପୋଷଣ ଦେବାକୁ ମନା କରିଥିଲେ, କାରଣ ତାଙ୍କ ସ୍ୱାମୀ ଚୂଡ଼ାନ୍ତ ରାୟ ପୂର୍ବରୁ ତାଙ୍କ ମାଆଙ୍କୁ ତାଙ୍କ ସମ୍ପତ୍ତି ହସ୍ତାନ୍ତର କରିଥିଲେ। ଏଥିରେ କ୍ରୋଧିତ ହୋଇ ମହିଳା ଜଣକ କୋର୍ଟ ବାହାରେ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button