ଜୀବନଚର୍ଯ୍ୟା

Sasankasana Yoga: ପିଠି ଦରଜ ରହୁଛି କି? ଏଥିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଶଶାଙ୍କା‌ସନ…

ଶଶାଙ୍କାସନ ଆସନଦ୍ବାରା ପିଠି ମାଂସପେଶୀ ପ୍ରସାରିତ ହୁଏ। ପ୍ରତ୍ୟେକ କଶେରୁକ ଅନ୍ୟ କ‌େଶରୁକଠାରୁ ଛାଡ଼ି ରହିବାରୁ ଚକ୍ରିକା ଉପରେ ଚାପ ପଡ଼େ ନାହିଁ। ପ୍ରାୟତଃ ମେରୁଦଣ୍ଡରୁ ବାହାରିଥିବା ସ୍ନାୟୁ ଚକ୍ରିକା ଦ୍ବାରା ଚାପି ହୋଇ ବିଭିନ୍ନ ପ୍ରକାର ପିଠି ଦରଜ ସୃଷ୍ଟି ହୋଇଥାଏ।

ଶଶାଙ୍କାସନ ଆସନଦ୍ବାରା ପିଠି ମାଂସପେଶୀ ପ୍ରସାରିତ ହୁଏ। ପ୍ରତ୍ୟେକ କଶେରୁକ ଅନ୍ୟ କ‌େଶରୁକଠାରୁ ଛାଡ଼ି ରହିବାରୁ ଚକ୍ରିକା ଉପରେ ଚାପ ପଡ଼େ ନାହିଁ। ପ୍ରାୟତଃ ମେରୁଦଣ୍ଡରୁ ବାହାରିଥିବା ସ୍ନାୟୁ ଚକ୍ରିକା ଦ୍ବାରା ଚାପି ହୋଇ ବିଭିନ୍ନ ପ୍ରକାର ପିଠି ଦରଜ ସୃଷ୍ଟି ହୋଇଥାଏ। ଆସନଦ୍ବାରା ଏହି ରୋଗରୁ ଉପକାର ମିଳେ, ଚକ୍ରିକାଗୁଡ଼ିକ ନିଜ ଜାଗାରେ ଠିକ୍‌ ରହେ। ଆଡ୍ରିନାଲ୍‌ ଗ୍ରନ୍ଥିର କାର୍ଯ୍ୟକୁ ନିୟନ୍ତ୍ରଣ କରେ। ଶ୍ରୋଣୀ ମାଂସପେଶୀ, ସାଇଟିକା ସ୍ନାୟୁ ମଧ୍ୟ କାର୍ଯ୍ୟକ୍ଷମ ହୁଏ। ସ୍ତ୍ରୀ ଲୋକଙ୍କ ଶ୍ରୋଣୀର ଆକାରରେ ଉନ୍ନତି ହୁଏ। ପୁରୁଷ ଓ ସ୍ତ୍ରୀ ଉଭୟଙ୍କ ପ୍ରଜନନ ଅଙ୍ଗଗୁଡ଼ିକ ସୁଧୁରିଯାଏ। ଆସନର ପ୍ରତ୍ୟେହ ଅଭ୍ୟାସ ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୁଏ। ଆସନର ଶେଷସ୍ଥିତିରେ ଉଜ୍ଜୟୀ ପ୍ରାଣାୟମ ସହ ଅଭ୍ୟାସ କଲେ କ୍ରୋଧ ପ୍ରସମିତ ହୁଏ ଏବଂ ମସ୍ତିଷ୍କ ଥଣ୍ଡା ରହେ ବୋଲି କହିଛନ୍ତି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର।

Show More

Leave a Reply

Your email address will not be published. Required fields are marked *

Back to top button