ଦେଶ ବିଦେଶ

SC Judgement: ସଂରକ୍ଷିତ ବର୍ଗର ପ୍ରାର୍ଥୀ କଟ୍-ଅଫ୍ ଅପେକ୍ଷା ଅଧିକ ନମ୍ବର ପାଇଲେ ସାଧାରଣ ଆସନ ପାଇବେ: ସୁପ୍ରମ୍‌କୋର୍ଟ

ସୁପ୍ରିମ୍‌କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ସଂରକ୍ଷିତ ବର୍ଗ(ଏସ୍‌ସି, ଏସ୍‌ଟି, ଓବିସି)ର ପ୍ରାର୍ଥୀମାନେ ଯଦି ସାଧାରଣ ବର୍ଗର କଟ୍-ଅଫ୍ ମାର୍କ୍ସ୍ ଅପେକ୍ଷା ଅଧିକ ନମ୍ବର ପାଆନ୍ତି, ତେବେ ସେମାନଙ୍କୁ ଅସଂରକ୍ଷିତ ଆସନରେ ସ୍ଥାନ ଦିଆଯିବ।

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ସଂରକ୍ଷିତ ବର୍ଗ(ଏସ୍‌ସି, ଏସ୍‌ଟି, ଓବିସି)ର ପ୍ରାର୍ଥୀମାନେ ଯଦି ସାଧାରଣ ବର୍ଗର କଟ୍-ଅଫ୍ ମାର୍କ୍ସ୍ ଅପେକ୍ଷା ଅଧିକ ନମ୍ବର ପାଆନ୍ତି, ତେବେ ସେମାନଙ୍କୁ ଅସଂରକ୍ଷିତ ଆସନରେ ସ୍ଥାନ ଦିଆଯିବ। ଏହି ରାୟ ସଂରକ୍ଷଣ ନୀତିର ମେରିଟ୍-ଆଧାରିତ ପ୍ରୟୋଗକୁ ଦର୍ଶାଉଛି ଏବଂ ସଂରକ୍ଷିତ ପ୍ରାର୍ଥୀଙ୍କୁ ସାଧାରଣ ବର୍ଗରେ ପ୍ରାଧାନ୍ୟ ଦେବାର ନୀତିକୁ ସ୍ପଷ୍ଟ କରିଛି।। ଅସଂରକ୍ଷିତ ବର୍ଗ କୌଣସି କୋଟା ନୁହେଁ, ବରଂ ମେରିଟ୍ ଆଧାରରେ ସମସ୍ତଙ୍କ ପାଇଁ ଖୋଲା ବ୍ୟବସ୍ଥା ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ ଏମ୍ ଏମ୍ ସୁନ୍ଦରେଶ ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଜଷ୍ଟିସ ଶର୍ମା କହିଛନ୍ତି ଯେ ଏହା ଏବେ ଏକ ସ୍ଥିର ଆଇନ ବୋଲି ପ୍ରମାଣିତ ହୋଇଛି। ଯଦି ସଂରକ୍ଷିତ ବର୍ଗର ପ୍ରାର୍ଥୀ ସାଧାରଣ ବର୍ଗର କଟ୍-ଅଫ୍ ଅପେକ୍ଷା ଅଧିକ ନମ୍ବର ପାଆନ୍ତି, ତେବେ ସେମାନଙ୍କୁ ଅସଂରକ୍ଷିତ ଆସନ ପାଇଁ ଗଣନା କରାଯିବ। ଏହି ବ୍ୟବସ୍ଥା ସଂରକ୍ଷିତ ଆସନକୁ ଅନ୍ୟ ଯୋଗ୍ୟ ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ଖୋଲା ରଖିବ।

ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ

ଆଜିର ସୁପ୍ରିମ୍‌କୋର୍ଟ ରାୟ ଏକ ପୁରୁଣା ମାମଲାରେ ଆସିଛି ଯେଉଁଠାରେ ଏୟାରପୋର୍ଟ୍ସ୍ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)ର ୨୦୧୩ରେ ହୋଇଥିବା ଏକ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏଏଆଇ ଜୁନିୟର୍ ଆସିଷ୍ଟାଣ୍ଟ୍ (ଫାୟାର୍ ସର୍ଭିସ୍)ର ୨୪୫ ପୋଷ୍ଟ୍ ପାଇଁ ନିଯୁକ୍ତି ହୋଇଥିଲା। ଏଏଆଇ ୧୨୨ ଅସଂରକ୍ଷିତ ଆସନରେ ସାଧାରଣ ବର୍ଗର ପ୍ରାର୍ଥୀ ଏବଂ ମେରିଟ୍ ଆଧାରରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସାମିଲ କରିଥିଲା। ଜଣେ ପ୍ରାର୍ଥୀ ଏହାକୁ ଚ୍ୟାଲେଂଜ କରି ଦାବି କରିଥିଲେ ଯେ ସଂରକ୍ଷିତ ପ୍ରାର୍ଥୀଙ୍କୁ ସାଧାରଣ ଆସନରେ ସାମିଲ କରିବା ଭୁଲ୍ ଏବଂ ଏହା ତାଙ୍କୁ ସ୍ଥାୟୀ ନିଯୁକ୍ତିରୁ ବଞ୍ଚିତ କରିଛି। କେରଳ ହାଇକୋର୍ଟ ୨୦୨୦ରେ ତାଙ୍କ ପକ୍ଷରେ ରାୟ ଦେଇ ଏଏଆଇର ପ୍ରକ୍ରିୟାକୁ ‘ବିତର୍କିତ’ ବୋଲି କହି ତାଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍‌କୋର୍ଟ ଏହି ରାୟକୁ ରଦ୍ଦ କରି ଏଏଆଇର ପ୍ରକ୍ରିୟାକୁ ସଠିକ୍ ବୋଲି କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button