Taliban Legalises Domestic Violence :ମାଡ଼ରେ ଯଦି ହାଡ଼ ନଭାଙ୍ଗିଛି କି କ୍ଷତ ନହୋଇଛି ,ତେବେ ଏହା ଅପରାଧ ନୁହେଁ:ତାଲିବାନ କାବୁଲ୍

କାବୁଲ୍: ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଶାସକ ତାଲିବାନ ଏକ ନୂତନ ଆଇନ କାର୍ଯ୍ୟକାରୀ କରିଛି ଯାହା ମହିଳାମାନଙ୍କ ଉପରେ ଘରୋଇ ହିଂସାକୁ ଆଇନଗତ ଭାବରେ ସ୍ୱୀକୃତି ଦେଉଛି। ଏହି ଆଇନ ଅନୁଯାୟୀ, ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଶାରୀରିକ ଭାବରେ ଦଣ୍ଡ ଦେଇପାରିବେ। ଯେପର୍ଯ୍ୟନ୍ତ ମାଡ଼ରେ ହାଡ଼ ନ ଭାଙ୍ଗିଛି କିମ୍ବା କ୍ଷତ ସୃଷ୍ଟି ନହୋଇଛି ଏହା ଏକ ଅପରାଧ ଭାବେ ପରିଗଣିତ ହେବ ନାହିଁ। ଏହାର ଅର୍ଥ ହେଉଛି ଯଦି ମାଡ଼ରେ ହାଡ଼ ଭାଙ୍ଗି ନଥାଏ ତେବେ ଏହା ଭୁଲ୍ ନୁହେଁ। ରିପୋର୍ଟ ଅନୁଯାୟୀ, ଏହି ଦଣ୍ଡ ସଂହିତା ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦାଙ୍କ ସ୍ୱାକ୍ଷର ସହିତ କାର୍ଯ୍ୟକାରୀ କରାଯାଇଛି। ଏହି ଆଇନ ଏକ ନୂତନ ଜାତି ବ୍ୟବସ୍ଥା ସୃଷ୍ଟି କରିଛି। ଯେଉଁଥିରେ ଦଣ୍ଡାଦେଶ ଦୋଷୀ ସ୍ୱାଧୀନ କି ଦାସ ତାହା ଉପରେ ନିର୍ଭର କରିବ।