Thalapathy Vijay: ‘ଥଲପତି ବିଜୟ ଆରଏସ୍ଏସ୍ର ପୋଷ୍ୟ ପୁତ୍ର’: ଡିଏମକେର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୈତିକ ଝଡ଼
ତାମିଲନାଡୁ ରାଜନୀତିରେ ଏବେ ତୁହାକୁ ତୁହା ବୟାନବାଜି ଏବଂ ଶାସକ-ବିରୋଧୀଙ୍କ ମଧ୍ୟରେ ତୀବ୍ର ରାଜନୈତିକ ସଂଘର୍ଷ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ଜିତିଥିବା ଅଭିନେତା ତଥା ଟିଭିକେ (TVK) ମୁଖ୍ୟ ଥଲପତି ବିଜୟଙ୍କୁ ଟାର୍ଗେଟ କରି ଶାସକ ଦଳ ଡିଏମକେ (DMK) ଏକ ବିବାଦୀୟ ଫଟୋ ସେୟାର କରିଛି

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏବେ ତୁହାକୁ ତୁହା ବୟାନବାଜି ଏବଂ ଶାସକ-ବିରୋଧୀଙ୍କ ମଧ୍ୟରେ ତୀବ୍ର ରାଜନୈତିକ ସଂଘର୍ଷ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ଜିତିଥିବା ଅଭିନେତା ତଥା ଟିଭିକେ (TVK) ମୁଖ୍ୟ ଥଲପତି ବିଜୟଙ୍କୁ ଟାର୍ଗେଟ କରି ଶାସକ ଦଳ ଡିଏମକେ (DMK) ଏକ ବିବାଦୀୟ ଫଟୋ ସେୟାର କରିଛି। ଡିଏମକେ ଆଇଟି ୱିଙ୍ଗ୍ ପକ୍ଷରୁ ଏକ୍ସ (X) ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରାଯାଇ ବିଜୟଙ୍କୁ “ଆରଏସ୍ଏସ୍ର ପୋଷ୍ୟ ପୁତ୍ର” ବୋଲି ବର୍ଣ୍ଣନା କରାଯାଇଛି।
କ’ଣ ରହିଛି ସମ୍ପୂର୍ଣ୍ଣ ପ୍ରସଙ୍ଗ?
ନିକଟରେ ବିଜୟ ନିର୍ବାଚନରେ ଜିତିବା ପରେ ତାମିଲନାଡୁ ବିଧାନସଭାରେ ନିଜ ହାତକୁ ଗଳା ନିକଟକୁ ନେଇ ଏକ ସ୍ୱତନ୍ତ୍ର ଇଙ୍ଗିତ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ପ୍ରସଙ୍ଗକୁ ଆଧାର କରି ଡିଏମକେ ଏକ ଫଟୋ ସେୟାର କରିଛି, ଯେଉଁଥିରେ ଆରଏସ୍ଏସ୍ର ମୁଦ୍ରା ସହିତ ବିଜୟଙ୍କ ହାତର ଇଙ୍ଗିତକୁ ତୁଳନା କରାଯାଇଛି। ଡିଏମକେ ଆଇଟି ୱିଙ୍ଗ୍ ପକ୍ଷରୁ ଲେଖାଯାଇଛି, “ବିଜୟ, ଆରଏସ୍ଏସ୍ର ପୋଷ୍ୟ ପୁତ୍ର।” ଏହି ଫଟୋରେ ବିଜୟଙ୍କୁ ଆରଏସ୍ଏସ୍ର ପାରମ୍ପରିକ ପୋଷାକରେ ମଧ୍ୟ ଦେଖାଯାଇଛି।
ଟିଭିକେର ପାଲଟା ଜବାବ
ଡିଏମକେର ଏହି ଆକ୍ରମଣ ପରେ ଟିଭିକେ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଛି। ଦଳ ପକ୍ଷରୁ ମନେ ପକାଇ ଦିଆଯାଇଛି ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଯେତେବେଳେ ଏମ୍.କେ. ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ନିର୍ବାଚନ ସମୟ ଆସିଥିଲା, ସେତେବେଳେ ସିଟ୍ ବୁଝାମଣା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ ମଧ୍ୟ ଠିକ୍ ଏହିପରି ଭାବରେ ନିଜ ଗଳା ପାଖକୁ ହାତ ନେଇ ସମାଧାନ ହୋଇଯାଇଥିବା ଇଙ୍ଗିତ କରିଥିଲେ।
ସୌଜନ୍ୟ ସମ୍ବାଦ




