ଓଡିଶାବିଶେଷ

The intestines: ଅନ୍ତୁଡ଼ିଶାଳରେ ଲୋପ ପାଇଯିବ ଖଣ୍ଡୁଆପାଟ!

ପ୍ରସିଦ୍ଧି ଲାଭ କରିଥିବା ଖଣ୍ଡୁଆପାଟର ଅନ୍ତୁଡ଼ିଶାଳ ହେଉଛି କଟକ ଜିଲ୍ଲା ତିଗିରିଆ ବ୍ଲକର ନୂଆପାଟଣା। ଏଠାକାର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପାଟବସ୍ତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ଲାଗି....

ତିଗିରିଆ: ପ୍ରସିଦ୍ଧି ଲାଭ କରିଥିବା ଖଣ୍ଡୁଆପାଟର ଅନ୍ତୁଡ଼ିଶାଳ ହେଉଛି କଟକଜିଲ୍ଲା ତିଗିରିଆ ବ୍ଲକର ନୂଆପାଟଣା। ଏଠାକାର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପାଟବସ୍ତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ଲାଗି ହୋଇଥାଏ। ଚଳିତ ବର୍ଷ ନୂଆପାଟଣାର ସୁନାମଧନ୍ୟ ବୁଣାକାର ଶରତ କୁମାର ପାତ୍ର ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେବା ବୁଣାକାରଙ୍କ କୃତିତ୍ୱର ସ୍ବୀକୃତି। କିନ୍ତୁ ବର୍ଷବର୍ଷ ଧରି ସେମାନେ ସାମନା କରୁଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ସରକାରୀ ନିଷ୍କ୍ରିୟତା ଅସନ୍ତୋଷର କାରଣ ହୋଇଛି।
ତିଗିରିଆ ବ୍ଲକ୍‌ରେ ମୋଟ ୪୩ଟି ତନ୍ତୁବାୟ ସମିତି ରହିଛି। ଏଥିରେ ୫ ହଜାର ୫୪ ଜଣ ବୁଣାକାର ନାମ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକୃତ ବୁଣାକାରଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇଛି।

କିନ୍ତୁ ବିଭିନ୍ନ ପାଟବସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ କଞ୍ଚାମାଲ ରାଜ୍ୟରେ ମିଳୁନାହିଁ। ବୁଣାକାରମାନେ ଚଢ଼ା ଦରରେ ଏହାକୁ ଅନ୍ୟ ରାଜ୍ୟରୁ କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଏହା ପାଟବସ୍ତ୍ରର ଚାହିଦାକୁ ପ୍ରଭାବିତ କରୁଛି। ବର୍ତ୍ତମାନ ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇ ପ୍ରସ୍ତୁତ ଲୁଗା କିମ୍ବା ପାଟର ଚାହିଦା ଅଧିକ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ତାଲିମ ଓ ଗବେଷଣା ଅଭାବରୁ ହାତଗଣତି କେତେଜଣ ବୁଣାକାରଙ୍କୁ ବାଦ୍‌ ‌ଦେଲେ ଅନ୍ୟମାନେ ଏ ସଂପର୍କରେ ଅଜ୍ଞ। ଲାଭ କମ୍‌ ରହୁଥିବାରୁ ଯୁବ ବୁଣାକାର ପାରମ୍ପରିକ ବୃତ୍ତିରୁ ଦୂରେଇବାରେ ଲାଗିଛନ୍ତି। ସେପଟେ ବୁଣାକାରଙ୍କ ପ୍ରସ୍ତୁତ ପାଟ ଓ ଲୁଗା ବୟନିକା କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ରହିଛି। ହେଲେ ଅନେକ ସମୟରେ କିଣିବାରେ ବିଳମ୍ବ କାରଣରୁ ବୁଣାକାରମାନେ ଠିକ୍‌ ସମୟରେ ପାରିଶ୍ରମିକ ପାଇପାରୁ ନାହାନ୍ତି। ଗଲା ୫ ବର୍ଷରୁ ଅଧିକ ହେବ ତିଗିରିଆର ବୁଣାକାରମାନଙ୍କର ବୀମା ହେଉ ନାହିଁ। ମୃତ୍ୟୁକାଳୀନ ସହାୟତା ରାଶି ଓ ପିଲାଛୁଆଙ୍କ ପାଠପଢ଼ା ପାଇଁ ମିଳୁଥିବା ଆର୍ଥିକ ପ୍ରୋତ୍ସାହନ ରାଶି ବି ସେମାନେ ପାଇପାରୁ ନାହାନ୍ତି। ବୁଣାକାର ପୁରୁଷ ୫୦ ବର୍ଷ ଓ ମହିଳା ୪୦ ବର୍ଷରେ ଭତ୍ତା ପାଇବାକୁ ଯୋଗ୍ୟ ହେବେ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ।

 

ଏଯାଏଁ ଲାଗୁ ହୋଇନାହିଁ। ତନ୍ତଶାଳା ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ହେଲେ ଆବଶ୍ୟକ ୨୪୦ ବର୍ଗ ଫୁଟ ଜାଗା ନ ଥିଲେ ଏହା  ମିଳୁ ନାହିଁ। ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ସୂତାକଳ ବହୁ ବର୍ଷ ଧରି ବନ୍ଦ ରହିଛି। ଏଣୁ ସୁପର ଫାଇନ୍‌ ସୂତା ସଂଗ୍ରହ ପାଇଁ ସ୍ଥାନୀୟ ବୁଣାକାର ସମସ୍ୟାରେ ପଡୁଛନ୍ତି। ବୁଣାକାରଙ୍କ ପାଇଁ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କମନ୍‌ ଫାସିଲିଟି ସେଣ୍ଟର ଏବେ ଭୂତ କୋଠିରେ ପରିଣତ ହୋଇଛି।

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button