ଦେଶ ବିଦେଶ

୨୮ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ : ଇରାନ ଜଳସୀମାରେ ୨୮ ଜଣ ଭାରତୀୟ ନାବିକ ଥିବା ଏକ ଏଲ୍‌ପିଜି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି। ଆକ୍ରମଣ ସତ୍ତ୍ବେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଥିବା ତେହେରାନସ୍ଥିତ ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି। ‘ଦିଶା’ ନାମକ ମୋଜାମ୍ବିକ୍ ପତାକାଧାରୀ ଜାହାଜ ଉପରେ ଏହି ଆକ୍ରମଣ ହୋଇଛି। ତେହେରାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ କୁହାଯାଇଛି ଯେ, ସେମାନେ ଏହି ଆକ୍ରମଣ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଦୂତାବାସ ସମ୍ପୃକ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମ୍ପର୍କରେ ରହିଛି ଓ ଜାହାଜରେ ଥିବା ସମସ୍ତ ୨୮ ଜଣ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ବୋଲି ନିଶ୍ଚିତ କରିଛି। ଦୂତାବାସ ପରିସ୍ଥିତି ଉପରେ ନଜର ରଖିଛି ଓ ଭାରତୀୟ ନାବିକଙ୍କ ଉଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button