ମହାନଗର

The lady: ବସି କାନ୍ଦୁଥାଏ ମାନିନୀ..

ସଙ୍ଗୀତ ସୁଧାକର ବଳକୃଷ୍ଣ ଦାଶ ଫାଉଣ୍ଡେସନ ପକ୍ଷରୁ ରବୀନ୍ଦ୍ରମଣ୍ଡପରେ ଚାଲିଥିବା ତିନି ଦିନିଆ ଓଡ଼ିଶୀ ସଙ୍ଗୀତ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଛି।ଗୁରୁ ଧନେଶ୍ବର ସ୍ବାଇଁଙ୍କ ପରିଚାଳନାରେ....

ଭୁବନେଶ୍ବର: ସଙ୍ଗୀତ ସୁଧାକର ବଳକୃଷ୍ଣ ଦାଶ ଫାଉଣ୍ଡେସନ ପକ୍ଷରୁ ରବୀନ୍ଦ୍ରମଣ୍ଡପରେ ଚାଲିଥିବା ତିନି ଦିନିଆ ଓଡ଼ିଶୀ ସଙ୍ଗୀତ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଛି।ଗୁରୁ ଧନେଶ୍ବର ସ୍ବାଇଁଙ୍କ ପରିଚାଳନାରେ ମାର୍ଦ୍ଦଳ ପରିବେଷିତ ହୋଇଥିଲା। ପରେ ବିଜୟ କୁମାର ଜେନା ‘ବସି କାନ୍ଦୁଥାଏ ମାନିନୀ’ ପରିବେଷଣ କରିଥିଲେ। ସନ୍ଧ୍ୟାର ଶିଳ୍ପୀ ଭାବେ ମାତୃପ୍ରସାଦ ଦାସ, ଗୁରୁ ଅଚ୍ୟୁତ ମହାରଣା, ଭାଗ୍ୟଶ୍ରୀ ମହାନ୍ତି, ଗୁରୁ ନୀଳମାଧବ ଦାସ, ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ ରାମହରି ଦାସ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ।ଶତାଧିକ ଶିଳ୍ପୀ ଚମ୍ପୁ, ଛାନ୍ଦ, ଶ୍ରୀ ଗୀତଗୋବିନ୍ଦ, ଚଉପଦୀ ଓ ଚଉତିଶା ସହ ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ଧ୍ୟାକୁ ମୁଖରିତ କରିଥିଲା।

ଉଦ୍‌ଯାପନୀ ସନ୍ଧ୍ୟାର ଅତିଥି ଭାବେ କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ଲଳିତ ଦାସ, ପିପିଏଲ୍‌ ମୁଖ୍ୟ ବିଭୁଦତ୍ତ ପାଣିଗ୍ରାହୀ, ଓଏଚ୍‌ପିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ସହଦେବ ଖଟୁଆ, ଇଫ୍‌କୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେହେରା, ଏସ୍‌ବିଆଇର ବିଶ୍ବଜିତ୍‌ ମିଶ୍ର, ଅଧ୍ୟକ୍ଷ ମନୋରଞ୍ଜନ ପାଣିଗ୍ରାହୀ, ସମ୍ପାଦକ ଗୁରୁ ରାମହରି ଦାସ ‌ଯୋଗଦେଇ ସଙ୍ଗୀତ ସୁଧାକରଙ୍କ ସଙ୍ଗୀତ ଓଡ଼ିଆର ଅସ୍ମିତାକୁ ପ୍ରକାଶ କରି ଆସିଛି ବୋଲି କହିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ, ସଚ୍ଚିକାନ୍ତ ନାୟକ, ପ୍ରାଧ୍ୟାପକ ଲୋକନାଥ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ତନୁଶ୍ରୀ, ଆଙ୍କାକ୍ଷା, ଆଦ୍ୟାଶା ପରିଚାଳନାରେ ସହାୟତା କରିଥିଲେ। ଫାଉଣ୍ଡେସନ୍‌ର କୋଷାଧ୍ୟକ୍ଷ ରଘୁନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button