ଓଡିଶା

Tire repair: ସ୍ବୟଂସିଦ୍ଧା ‘ସୁନି’ଙ୍କ ସଂଘର୍ଷ: ଟାୟାର ମରାମତି କାର୍ଯ୍ୟରେ ମହିଳାଙ୍କ ସ୍ବାକ୍ଷର

ରୋଷେଇଶାଳରୁ ଯୁଦ୍ଧକ୍ଷେତ୍ର ସବୁଠି ନାରୀର ଜୟଯାତ୍ରା। ଏଭଳି ସମୟରେ ଆଦିବାସୀ ମହିଳା ସୁନି ହେମ୍ବ୍ରମ୍‌ଙ୍କ ଟାୟାର ଦୋକାନ ଚର୍ଚ୍ଚାକୁ ଆସିଛି। ରାସ୍ତାକଡ଼ ତାଙ୍କ ପାଇଁ ଆଖଡ଼ାଶାଳ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ସେ ଝାଳବୁହା ପରିଶ୍ରମ କରନ୍ତି।

ଦୈତାରୀ: ରୋଷେଇଶାଳରୁ ଯୁଦ୍ଧକ୍ଷେତ୍ର ସବୁଠି ନାରୀର ଜୟଯାତ୍ରା। ଏଭଳି ସମୟରେ ଆଦିବାସୀ ମହିଳା ସୁନି ହେମ୍ବ୍ରମ୍‌ଙ୍କ ଟାୟାର ଦୋକାନ ଚର୍ଚ୍ଚାକୁ ଆସିଛି। ରାସ୍ତାକଡ଼ ତାଙ୍କ ପାଇଁ ଆଖଡ଼ାଶାଳ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ସେ ଝାଳବୁହା ପରିଶ୍ରମ କରନ୍ତି। ନିଜ ହାତରେ ଉଠାଇଥାନ୍ତି ବଡ଼ବଡ଼ ଭାରୀଯାନର ଟାୟାର। କେନ୍ଦୁଝର ଦୈତାରୀ ଖଣି ଅଞ୍ଚଳରେ ଖଣିଜ ପରିବହନ କରୁଥିବା ଗାଡ଼ିର କ୍ବିଣ୍ଟାଲ୍‌ ଓଜନର ଟାୟାର ଖୋଲି ମରାମତି କରିବା ଓ ତାକୁ ପୁଣି ଲଗାଇବା ତାଙ୍କର ନିତିଦିନିଆ କାମ। ଦିନେ କି ମାସେ ନୁହେଁ, ଗତ ୯ ବର୍ଷ ଧରି ସେ ଏଭଳି କଠିନ ପରିଶ୍ରମ କରିଆସୁଛନ୍ତି, ଯେଉଁ କାମକୁ ପୁରୁଷମାନେ ମଧ୍ୟ ଅତି କଷ୍ଟସାଧ୍ୟ ମନେ କରିଥାନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button