ଓଡିଶାଜଳବାୟୁ

Titlagarh: ପଶ୍ଚିମରେ ତାତି, ଉପକୂଳ କୋହଲା: ୪୨ ଡିଗ୍ରିମୁହାଁ ଟିଟିଲାଗଡ଼

ରାଜ୍ୟକୁ ତାତି ପୁଣି ଫେରିଛି। ଉପକୂଳରେ କୋହଲା ପାଗ ଓ ତାତି କମ୍‌ ରହୁଥିବା ବେଳେ ପଶ୍ଚିମ ଓଡ଼ିଶା ଜଳୁଛି। ଟିଟିଲାଗଡ଼ ପୁଣି ଆଜି ତାତିରେ ଆଉଟୁପାଉଟୁ ହେବା ଆରମ୍ଭ କରିଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ଠାରେ ୪୧.୮ ଡିଗ୍ରି ରେକର୍ଡ ହୋଇଛି।

ଭୁବନେଶ୍ବର: ରାଜ୍ୟକୁ ତାତି ପୁଣି ଫେରିଛି। ଉପକୂଳରେ କୋହଲା ପାଗ ଓ ତାତି କମ୍‌ ରହୁଥିବା ବେଳେ ପଶ୍ଚିମ ଓଡ଼ିଶା ଜଳୁଛି। ଟିଟିଲାଗଡ଼ ପୁଣି ଆଜି ତାତିରେ ଆଉଟୁପାଉଟୁ ହେବା ଆରମ୍ଭ କରିଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ଠାରେ ୪୧.୮ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଝାରସୁଗୁଡ଼ାରେ ୪୦.୫ ଡିଗ୍ରି, ଭବାନୀପାଟଣା ଓ ବଲାଙ୍ଗୀରରେ ୪୦.୨ ଡିଗ୍ରି ଲେଖାଏଁ ଦିନ ତାପମାତ୍ରା ରେକର୍ଡ ହୋଇଛି।

ସୋନପୁରରେ ୩୯.୯ ଡିଗ୍ରି, ସମ୍ବଲପୁରରେ ୩୯.୪ ଡିଗ୍ରି, ହୀରାକୁଦରେ ୩୯.୨ ଡିଗ୍ରି ଓ ରାଉରକେଲାରେ ୩୮.୫ ଡିଗ୍ରି ତାପମାତ୍ରା ରହିଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରର ଦିନ ତାପମାତ୍ରା ୩୪.୩ ଡିଗ୍ରି ଓ କଟକରେ ୩୩.୮ ଡିଗ୍ରି ରହିଥିଲା। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଆଶଙ୍କାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଉତ୍ତର-ପଶ୍ଚିମ ଉତ୍ତରପ୍ରଦେଶ ଉପରେ ରହିଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଆଭ୍ୟନ୍ତର ଓଡ଼ିଶା, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତାକାଲି ମୟୂରଭଞ୍ଜକେନ୍ଦୁଝରଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କିଛି କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ଏଥିସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି। ସାରା ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷାର ଆଶଙ୍କା ବି ରହୁଛି। ୧ରୁ ୩ ତାରିଖ ଦିନ ମଧ୍ୟ ରାଜ୍ୟର ବିିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତାକାଲି ରାଜଧାନୀ ଭୁୂବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ଝଡ଼ବର୍ଷା ବି ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button