ଜାତୀୟ

Trade talks with Israel: ଇସ୍ରାଏଲ୍‌ ସହ ବାଣିଜ୍ୟ ଆଲୋଚନା ଶୀଘ୍ର: ଦୁଇ ପର୍ଯ୍ୟାୟରେ ହେବ ରାଜିନାମା

ଭାରତ ସରକାର ବିଭିନ୍ନ ଦେଶ ସହ ସ୍ବତନ୍ତ୍ର ବାଣିଜ୍ୟ ରାଜିନାମା ‌ସ୍ବାକ୍ଷର କରିବାକୁ ଉଦ୍ୟମ କରୁଥିବା ବେଳେ ଏନେଇ ଇସ୍ରାଏଲ ସହ କଥାବାର୍ତ୍ତା ଆରମ୍ଭ ହେବ। ଏହି ଦେଶ ସହିତ ଦୁଇଟି ପର୍ଯ୍ୟାୟରେ ରାଜିନାମା ହେବ ବୋଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ‌ଗୋୟଲ କହିଛନ୍ତି।

ନୂଆଦିଲ୍ଲୀ: ଭାରତ ସରକାର ବିଭିନ୍ନ ଦେଶ ସହ ସ୍ବତନ୍ତ୍ର ବାଣିଜ୍ୟ ରାଜିନାମା ‌ସ୍ବାକ୍ଷର କରିବାକୁ ଉଦ୍ୟମ କରୁଥିବା ବେଳେ ଏନେଇ ଇସ୍ରାଏଲ ସହ କଥାବାର୍ତ୍ତା ଆରମ୍ଭ ହେବ। ଏହି ଦେଶ ସହିତ ଦୁଇଟି ପର୍ଯ୍ୟାୟରେ ରାଜିନାମା ହେବ ବୋଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ‌ଗୋୟଲ କହିଛନ୍ତି। ଆନୁଷ୍ଠାନିକ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଦୁଇ ଦେଶ ଏକ ଟର୍ମ ଅଫ୍ ରେଫରେନ୍ସ (ଟିଓଆର୍‌)ରେ ସ୍ବାକ୍ଷର କରିଛନ୍ତି।

ଟର୍ମ ଅଫ୍ ରେଫରେନ୍ସ ଅନୁସାରେ ଉଭୟ ଦେଶ ଟିକସ ଓ ଅଣ ଟିକସ ପ୍ରତିବନ୍ଧକ ଦୂର କରିବା, ନିବେଶ ପ୍ରୋତ୍ସାହିତ କରିବା, ବୀମା ଶୁଳ୍କ ବ୍ୟବସ୍ଥାର ସରଳୀକରଣ, ନବସୃଜନ ଓ ପ୍ରଯୁକ୍ତି ହସ୍ତାନ୍ତରରେ ସହଯୋଗିତା ବଢ଼ାଇବା ଏବଂ ସେବା କ୍ଷେତ୍ରରେ ବ୍ୟବସାୟର ପ୍ରସାର କରିବା ଲାଗି ଉଦ୍ୟମ କରିବେ। ଉଭୟ ଦେଶ ପ୍ରଥମ ପର୍ଯ୍ୟାୟ ରାଜିନାମାକୁ ଶୀଘ୍ର ଶେଷ କରିବାକୁ ଚାହୁଛନ୍ତି। ଫଳରେ ବ୍ୟବସାୟ ସମାଜ ଉପକୃତ ହୋଇପାରିବେ ବୋଲି ଶ୍ରୀ ଗୋୟଲ କହିଛନ୍ତି।

ଦ୍ବିପାକ୍ଷିକ ବାଣିଜ୍ୟ ସହଯୋଗିତା ଦୃଢ଼ କରିବା ଲାଗି ଏକ ୬୦ ସଦସ୍ୟ ବିଶିଷ୍ଟ ବ୍ୟବସାୟୀ ପ୍ରତିନିଧି ଦଳ ସହ ମନ୍ତ୍ରୀ ଗୋୟଲ ଇସ୍ରାଏଲ ଯାଇଥିଲେ। ଗୋୟଲ ଓ ଇସ୍ରାଏଲର ଅର୍ଥନୀତି ଓ ଶିଳ୍ପ ମନ୍ତ୍ରୀ ନିର ବର୍‌କତ୍‌ କହିଛନ୍ତି ଯେ ପ୍ରଥମେ ସହଜରେ ସହମତ ହୋଇପାରୁଥିବା ପ୍ରସଙ୍ଗ ଉପରେ ଆଲୋଚନା ହେବ। ସମ୍ବେଦନଶୀଳ ପ୍ରସଙ୍ଗକୁ ଉଭୟ ପକ୍ଷ ସ୍ପର୍ଶ ନ କରିବାକୁ ନିଷ୍ପତ୍ତି ନେଛନ୍ତି। ତେବେ ଇସ୍ରାଏଲ୍‌ର ତେଲ୍‌ ଅଭିବ୍‌ରେ ଏକ ମେଟ୍ରୋ ପ୍ରକଳ୍ପ ସ୍ଥାପନ କରାଯିବା ନେଇ ଘୋଷଣା କରାଯାଇଛି। ସେଥିରେ ଭାଗ ନେବା ଲାଗି ଭାରତୀୟ କମ୍ପାନି ବିଡ୍ ଦାଖଲ କରିବାର ସୁଯୋଗ ପାଇବେ ବୋଲି ଶ୍ରୀ ଗୋୟଲ ଆଶା କରୁଛନ୍ତି। ୨-୨୪-୨୫ରେ ଭାରତ-ଇସ୍ରାଏଲ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୩୬୨ କୋଟି ଡଲାର ରହିଛି।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button