Transgender: କିନ୍ନର ସଂଶୋଧନ ବିଲ୍କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି
କିନ୍ନର ବ୍ୟକ୍ତିମାନଙ୍କର ଶାରୀରିକ କ୍ଷତି ପାଇଁ ଗ୍ରେଡେଡ୍ ଦଣ୍ଡ ପ୍ରଦାନ କରୁଥିବା ଏକ ସଂଶୋଧନ ବିଲ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ପ୍ରଦାନ କରିଛନ୍ତି।

ନୂଆଦିଲ୍ଲୀ: କିନ୍ନର ବ୍ୟକ୍ତିମାନଙ୍କର ଶାରୀରିକ କ୍ଷତି ପାଇଁ ଗ୍ରେଡେଡ୍ ଦଣ୍ଡ ପ୍ରଦାନ କରୁଥିବା ଏକ ସଂଶୋଧନ ବିଲ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ପ୍ରଦାନ କରିଛନ୍ତି। ବିରୋଧୀ ସାଂସଦମାନେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ( ଅଧିକାର ସୁରକ୍ଷା) ସଂଶୋଧନ ବିଲ୍, ୨୦୨୬ ପରିସରରୁ ସମଲିଙ୍ଗି ( ଗେଜ୍’, ଲେସବିୟାନ୍)ଙ୍କୁ ବାଦ୍ ଦିଆଯାଉଥିବାରୁ ନିନ୍ଦା କରିଛନ୍ତି। ଜଣେ ବ୍ୟକ୍ତି ବାସ୍ତବରେ କିନ୍ନର କି ନା’ ତାହା ନିର୍ଣ୍ଣୟ କରିବାପାଇଁ ଏକ ଅଥୋରିଟି ପ୍ରତିଷ୍ଠା କରାଯାଇଛି ଏବଂ ଏହି ବ୍ୟବସ୍ଥାକୁ ବିରୋଧୀ ସାଂସଦମାନେ କଡ଼ା ସମାଲୋଚନା କରିଛନ୍ତି।
ଆଇନ ମନ୍ତ୍ରାଳୟର ମାର୍ଚ୍ଚ ୩୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସଂଶୋଧିତ ଆଇନ କେନ୍ଦ୍ର ସରକାରଙ୍କ ଦ୍ବାରା ସରକାରୀ ଗେଜେଟରେ ଏକ ବିଜ୍ଞପ୍ତି ମାଧ୍ୟମରେ କାର୍ଯ୍ୟକାରୀ ହେବ। ଏହି ବିଲ୍ ଉପରେ ସଂସଦର ଉଭୟ ଗୃହରେ ଆଲୋଚନା ସମୟରେ ସରକାର କହିଥିଲେ ଯେ ଏହାର ମୂଳ ଲକ୍ଷ୍ୟ ହେଉଛି କିନ୍ନର ବ୍ୟକ୍ତିଙ୍କୁ ସୁରକ୍ଷା ଦେବା। କିନ୍ତୁ ବିରୋଧୀ ଦଳ ପ୍ରସ୍ତାବିତ ଆଇନ ସମଲିଙ୍ଗୀ ବ୍ୟକ୍ତିମାନଙ୍କ ପରିଚୟ ଆତ୍ମନିର୍ଣ୍ଣୟର ଅଧିକାର ଛଡ଼ାଇ ନେବାପାଇଁ ନିନ୍ଦା କରିଥିଲେ ଏବଂ ଏହାକୁ ଉପଯୁକ୍ତ ପରାମର୍ଶ ପାଇଁ ଏକ ସ୍ଥାୟୀ କମିଟିକୁ ପଠାଯାଉ ବୋଲି ଦାବି କରିଥିଲେ।
ସୌଜନ୍ୟ ସମ୍ବାଦ




