ଜିଲ୍ଲାରାଜ୍ୟ

Tribal Culture: ଆଦିବାସୀ ସାଂସ୍କୁତିକ ଭବନ କାର୍ଯ୍ଯ ସମ୍ପାଦନାରେ ଅବହେଳା ଅଭିଯୋଗ

ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ବାଙ୍କି ପିଢିର ଆଦିବାସୀମାନଙ୍କର ସାମୁହିକ ସାଂସ୍କୁତିକ, ସାମାଜିକ ଏବଂ ଶିକ୍ଷାଭିତ୍ତିକ କାର୍ଯ୍ଯକ୍ରମ ମଣଦାସ୍ଥିତ ଦିଶମ ଜାହେରଠାରେ ବିଭିନ୍ନ ଆଦିବାସୀ ସଂଗଠନ ଦ୍ବାରା ଅନୁଷ୍ଠିତ ହୋଇଆସୁଛି। ଏହା ୬୮ ଗ୍ରାମର ଗ୍ରାମମୁଖିଆ (ମାଝୀ ବାବା) ପିଢିର ମୁଖିଆ (ପାର୍ଗାନା ବାବା)ଙ୍କ ଅନୁଯାୟୀ, ଏହି ଅନୁଷ୍ଠାନ ପାଞ୍ଚ ଶହରେ ନୁହେଁ, ପ୍ରାୟ ଅଠର ହଜାର ଆଦିବାସୀ ସଦସ୍ଯଙ୍କୁ ନେଇ ଶିକ୍ଷା, ସଂସ୍କୁତି ଏବଂ ସାମାଜିକ କାର୍ଯ୍ଯ ତୁଲାଇ ଆସୁଅଛି। ଏଥିରେ ବାଙ୍କିପିଢ ଦିଶମ ଜାହେର କୁମୁଟ ମଣଦା, ଆସେକା ଶାଖା କାର୍ଯ୍ଯାଳୟ ମଣଦା, ପାର୍ଗାନା କୁମୁଟ, ବାଙ୍କିପିଢ, ମଣଦା, ଭଞ୍ଜ ଖେରଓ୍ବାଳ ଜୁମିଦ, ବିଶୋଇ, ପେଶା କମିଟୀ, ବାଙ୍କି ପିଢି ଓ ମାସା ଆର୍ମି ବାମନଘାଟୀ ସଂଗଠନ ରହିଛି।

ଉଲ୍ଲେଖଯୋଗ୍ଯ, ଗତ ଡିସେମ୍ବର ମାସରେ ଉପଜିଲ୍ଲାପାଳ ଜାଗା ପରିଦର୍ଶନରେ ଆସି ଉପଯୁକ୍ତ ବୋଲି କହିଥିଲେ। ବିଶୋଇ ତହସିଲଦାର ମଧ୍ଯ ଜାଗା ଦେଖିଥିଲେ। ଏହାପରେ ପୁନର୍ବାର ତହସିଲଦାରଙ୍କୁ ପଚାରିବାରୁ ସେ କହିଥିଲେ ଯେ ସେ ଜାଗାରେ ଗଣ୍ଡଗୋଳ ରହିଛି ଓ ଅନ୍ଯ ସ୍ଥାନରେ ସାଂସ୍କୁତିକ ଭବନ କରିବାକୁ କହିଥିଲେ।

ପ୍ରାପ୍ତ ସୂଚନାରୁ ଜଣାଯାଇଛି ସେଠାରେ ସରକାରଙ୍କ ବିଭିନ୍ନ କଲ୍ଯାଣକାରୀ ଯୋଜନାମାନ ରହିଛି। ବଡ ଦୁଃଖର କଥା, ରାଇରଙ୍ଗପୁର ଉପଜିଲ୍ଲାପାଳ ଏବଂ ବିଶୋଇ ତହସିଲଦାର ସାଂସ୍କୁତିକ ଭବନ ନିର୍ମାଣ କରିବାକୁ ଉପଯୁକ୍ତ ଘୋଷଣା କରିଥିଲେ ହେଁ ପୁଣି ତହସିଲଦାର ଉକ୍ତ ଜାଗାକୁ ଗଣ୍ଡଗୋଳ କାହିଁକି କହୁଛନ୍ତି। ଉପଯୁକ୍ତ ନ୍ଯାୟ ପାଇବା ଆଶାରେ ବାଙ୍କିପିଢର ୬୮ ଗ୍ରାମର ଆଦିବାସୀ ଗ୍ରାମବାସୀ ଏବଂ ଏଥିରେ ଜଡିତ ଥିବା ସମସ୍ତ ସଂଗଠନ ମଣଦାସ୍ଥିତ ବାଙ୍କିପିଢ ଦିଶମ ଜାହେର ପରିସରରେ ଜାଗା ଖାତା ନଂ ୧୭୦, ପ୍ଲଟ ନଂ ୭୦୨ ଉପରେ ଆଦିବାସୀ ସାଂସ୍କୁତିକ ଭବନ ନିର୍ମାଣ କରାଯିବାକୁ ଆଜି ରାଇରଙ୍ଗପୁର ଠାରେ ହେଉଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଠାରେ ବିଭାଗୀୟ କତ୍ତୁପକ୍ଷ ୧୫ ଦିନ ଭିତରେ ସମାଧାନ ହେବ ବୋଲି ପ୍ରତିଶୁତି ଦେଇଥିଲେl ଯଦି ତାହା ନ ହୁଏ, ଗ୍ରାମବାସୀ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button