ଓଡିଶାଜିଲ୍ଲା

Truck accident: ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ : ଚାଳକ ଓ ହେଲପର ମୃତ

ସୋର ଥାନା ତଳନଗର ପୋଲରେ ଭୟଙ୍କର ଦୁର୍ଘଟଣା । ପଶ୍ଚିମବଙ୍ଗରୁ ଚନ୍ଦ୍ରକୋଣରୁ ପଟ୍ଟାମୁଣ୍ଡାଇ ଯିବା ବେଳେ ଦୁର୍ଘଟଣା । ରାତି ୪ଟାରେ ଦୁର୍ଘଟଣା ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ l

ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରେ ଏକ ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି।

ସୂଚନା ଥାଉକି, ସକାଳ ଭୋର ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ ତଳନଗର ନିକଟରେ ଅନ୍ୟଏକ ଗାଡିକୁ ଧକ୍କା ଦେଇ ରାସ୍ତାର ଡିଭାଇଡ଼ର ସହ ପିଟି ହୋଇଥିଲା ।ଫଳରେ ଗାଡିର ଚାଳକ ଓ ହେଲପର ଆଳୁବସ୍ତା ସହ ପୋଲ ତଳକୁ ଖସି ଚାପିହୋଇ ରହିଥିଲେ।

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୀର୍ଘ ସମୟ ପରେ ଉଭୟଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button