ଦେଶ ବିଦେଶ

Trump: ଟ୍ରମ୍ପଙ୍କୁ ଝଟକା: ଶୁଳ୍କ ରଦ୍ଦ କଲେ ସର୍ବୋଚ୍ଚ ଅଦାଲତ, ୧୭୫ ବିଲିୟନ୍‌ ଡଲାର ଫେରସ୍ତ କରିପାରନ୍ତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅର୍ଥନୈତିକ ନୀତିକୁ ଆଜି ପ୍ରଚଣ୍ଡ ଧକ୍କା ଲାଗିଛି। ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ଆମଦାନି ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା କରି ରଦ୍ଦ କରି ଦେଇଛନ୍ତି।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅର୍ଥନୈତିକ ନୀତିକୁ ଆଜି ପ୍ରଚଣ୍ଡ ଧକ୍କା ଲାଗିଛି।  ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ଆମଦାନି ଶୁଳ୍କକୁ ଆମେରିକା  ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା କରି ରଦ୍ଦ କରି ଦେଇଛନ୍ତି। କୋର୍ଟଙ୍କ କହିବା ଅନୁଯାୟୀ, ରାଷ୍ଟ୍ରପତି ନିଜ କ୍ଷମତାର ସୀମା ଲଂଘନ କରି ଏହି ଶୁଳ୍କ ଲାଗୁ କରିଥିଲେ।
ପ୍ରଧାନ ବିଚାରପତି ଜନ୍ ରୋବର୍ଟସଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ୬-୩ ବହୁମତରେ ଏହି ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ୧୯୭୭ ମସିହାର ‘ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ କ୍ଷମତା ଆଇନ’ (ଆଇଇଇପିଏ) ଅଧୀନରେ ରାଷ୍ଟ୍ରପତିଙ୍କୁ ଏଭଳି ବ୍ୟାପକ ଶୁଳ୍କ ଲାଗୁ କରିବାର କୌଣସି ସ୍ପଷ୍ଟ କ୍ଷମତା ଦିଆଯାଇନାହିଁ। ଯଦି ଆମେରିକା ସଂସଦ ଏଭଳି କ୍ଷମତା ଦେବାକୁ ଚାହିଥାନ୍ତା, ତେବେ ତାହା ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥାନ୍ତା।
୧୭୫ ବିଲିୟନ୍‌ ଡଲାର ଫେରସ୍ତ କରିପାରନ୍ତି
କ୍ଷମତାର ଅପବ୍ୟବହାର କରାଯାଇଛି

ଟ୍ରମ୍ପ ପ୍ରଶାସନ ଜାତୀୟ ଜରୁରୀକାଳୀନ ସ୍ଥିତି ଦର୍ଶାଇ ଚୀନ୍‌, ମେକ୍ସିକୋ ଏବଂ କାନାଡ଼ା ଭଳି ଦେଶରୁ ଆସୁଥିବା ସାମଗ୍ରୀ ଉପରେ ୧୦%ରୁ ଅଧିକ ଶୁଳ୍କ ଲଗାଇଥିଲେ। ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନ ଅନୁଯାୟୀ କର ବା ଶୁଳ୍କ ଧାର୍ଯ୍ୟ କରିବାର ଅଧିକାର କେବଳ ସଂସଦ ପାଖରେ ଅଛି, ରାଷ୍ଟ୍ରପତିଙ୍କ ପାଖରେ ନୁହେଁ। ଆମେରିକା ପ୍ରତ୍ୟେକ ରାଷ୍ଟ୍ର ବିରୋଧରେ ଶୁଳ୍କ ଯୁଦ୍ଧରେ ଅବତୀର୍ଣ୍ଣ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଏହି ନିଷ୍ପତ୍ତି ପରେ ଆମେରିକା ସରକାରଙ୍କୁ ଆଦାୟ ହୋଇଥିବା ପ୍ରାୟ ୧୭୫ ବିଲିୟନ ଡଲାରର ଶୁଳ୍କ ଅର୍ଥ ଆମଦାନିକାରୀ ସଂସ୍ଥାଗୁଡ଼ିକୁ ଫେରସ୍ତ କରିବାକୁ ପଡ଼ିପାରେ। ଅନ୍ୟପଟେ, ଟ୍ରମ୍ପ ପ୍ରଶାସନ ଏବେ ଏହି ରାୟକୁ ନେଇ ଘୋର ଅଡ଼ୁଆର ସମ୍ମୁଖୀନ ହୋଇଥିବା ବେଳେ ଅନ୍ୟ କୌଣସି ଆଇନଗତ ରାସ୍ତା ଆପଣେଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button