ଦେଶ ବିଦେଶ

Trump: ଟ୍ରମ୍ପଙ୍କ ଘୋଷଣା: ଅବୈଧ ପ୍ରବାସୀ ଟ୍ରକ୍ ଚାଳକଙ୍କ ସ୍ଥାନରେ ନିଯୁକ୍ତ ହେବେ ପୂର୍ବତନ ସୈନିକ

ଆମେରିକାରେ ଅବୈଧ ଭାବେ ରହୁଥିବା ଟ୍ରକ୍ ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅବୈଧ ପ୍ରବାସୀ ଟ୍ରକ୍ ଚାଳକଙ୍କ ସ୍ଥାନରେ ଆମେରିକାର ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତ କରାଯିବ।

ୱାସିଂଟନ: ଆମେରିକାରେ ଅବୈଧ ଭାବେ ରହୁଥିବା ଟ୍ରକ୍ ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅବୈଧ ପ୍ରବାସୀ ଟ୍ରକ୍ ଚାଳକଙ୍କ ସ୍ଥାନରେ ଆମେରିକାର ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତ କରାଯିବ। ସୈନ୍ୟବାହିନୀରେ ଭାରୀ ଯାନ ଚଳାଇଥିବା ପୂର୍ବତନ ସୈନିକମାନଙ୍କୁ ସିଧାସଳଖ ବାଣିଜ୍ୟିକ ଡ୍ରାଇଭିଂ ଲାଇସେନ୍ସ (ସିଡିଏଲ୍‌) ପାଇବାର ସୁବିଧା ଦିଆଯିବ।

ପେନସିଲଭାନିଆରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଜୁଲାଇ ୧ରେ ଘଟିଥିବା ଏହି ଘଟଣାରେ ଏକ ବାଣିଜ୍ୟିକ ଟ୍ରକ୍ ଧକ୍କାରେ ପୁଲିସ ଅଧିକାରୀ ମାଇକେଲ୍‌ ଇ. ପାହିରା ଜୁନିୟରଙ୍କ ମୃତ୍ୟୁ ହୋଇଥିଲା। ଟ୍ରକ୍ ଚାଳକଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି। ଟ୍ରମ୍ପଙ୍କ ଅଭିଯୋଗ ହେଉଛି, ଅନେକ ଅବୈଧ ପ୍ରବାସୀ ଟ୍ରକ୍ ଚାଳକ ସଡ଼କ ସଙ୍କେତ ପଢ଼ିପାରୁ ନାହାନ୍ତି ଏବଂ କେତେକ କ୍ଷେତ୍ରରେ ମାଦକ କିମ୍ବା ମଦ୍ୟପାନର ପ୍ରଭାବରେ ଗାଡ଼ି ଚଳାଉଛନ୍ତି। ଏଭଳି ଚାଳକମାନେ ଆମେରିକାର ସଡ଼କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛନ୍ତି। ତେଣୁ ଅବୈଧ ଭାବେ ଦେଶରେ ରହୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଟ୍ରକିଂ କ୍ଷେତ୍ରରେ ଆମେରିକୀୟ ପୂର୍ବତନ ସୈନିକଙ୍କୁ ସୁଯୋଗ ଦିଆଯିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button