Mother Donates her dead daughter’s Eyes ଦୁର୍ଘଟଣାରେ ଝିଅକୁ ହରାଇଲେ, ତଥାପି ଆଖିଦାନ କରି ମା’ ଦେଲେ ମାନବିକତାର ପରିଚୟ

ବରୀ (ସଞ୍ଜୟ କୁମାର ବେହେରା): ଚଳିତ ମାସ ୯ତାରିଖ ସଂଧ୍ୟାରେ ଭୁବନେଶ୍ବରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବର୍ଷାରାଣୀ ବେହେରା(୨୭)ଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ବର୍ଷାରାଣୀ ମୃତ୍ୟୁ ପରେ ମଧ୍ୟ ଅମର ହୋଇଯାଇଛନ୍ତି। ବର୍ଷାରାଣୀଙ୍କ ଦୁଇଟି ଚକ୍ଷୁକୁ ତାଙ୍କ ମା’ ଦାନ କରିଛନ୍ତି।
/filters:format(webp)/sambad/media/media_files/2026/05/11/eye-donor1-2026-05-11-22-00-15.jpeg)
ଗତ ଶନିବାର ଭୂବନେଶ୍ବର ବରମୁଣ୍ଡା ଫ୍ଲାଏଓଭର ଉପରେ ଏକ ଲୋମଟାଙ୍କୁରା ଦୁର୍ଘଟଣାରେ ତିନି ଜଣଙ୍କର ଜୀବନ ଦୀପ ଲିଭିଯାଇଥିଲା। ଜଣେ ଯୁବତୀଙ୍କ ସହିତ ଅନ୍ୟ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁର ହୃଦୟ ବିଦାରକ ଦୃଶ୍ୟ ପଥଚାରୀମାନଙ୍କୁ ହତବାକ୍ କରିଦେଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା କରିଥିବା ଯୁବତୀ ଜଣଙ୍କ ହେଉଛନ୍ତି ବରୀ ବ୍ଲକର ଦୁଇ ଦୁଇ ଥର ସମିତି ଅଧ୍ୟକ୍ଷା ଥିବା ଭାରତୀ ବେହେରାଙ୍କ ଝିଅ ବର୍ଷାରାଣୀ ବେହେରା(୨୬)।ସେ ଗୋଟିଏ ବେସରକାରୀ କଂପାନୀରେ ଚାକିରୀ କରିଥିଲେ। ସେଦିନ ସଂଧ୍ୟାରେ ଏକ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।
ଖବର ପାଇଁ ମା ଭାରତୀ ମେଡ଼ିକାଲରେ ପହଞ୍ଚିଥିଲେ। ତେବେ ଝିଅକୁ ହରାଇ ଅତ୍ୟନ୍ତ ଭାଙ୍ଗିପଡ଼ିଥିବା ବେଳେ ଝିଅର ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଧର୍ଯ୍ୟର ସହିତ ନେଇଥିଲେ ଏକ ବଡ଼ ନିଷ୍ପତ୍ତି। ଝିଅର ଦୁଇ ଆଖିକୁ ‘ଦୃଷ୍ଟି ଦାନ ଚକ୍ଷୁ ବ୍ୟାଙ୍କ୍’କୁ ଦାନ କରିଦେଇଥିଲେ। ଯଦିଓ ସେ ଝିଅକୁ ହରାଇ ଦେଇଛନ୍ତି ମାତ୍ର ପରବର୍ତ୍ତି ସମୟରେ ଝିଅର ଆଖି ଦ୍ବାରା ଆଉ ଜଣେ ଦୃଷ୍ଟି ଶକ୍ତି ଫେରିବା ପରି ଏକ ମହତ କାମ କରିବା ସହିତ ତା ଆଖିରେ ଝିଅର ସ୍ମୃତି ବଞ୍ଚିରହୁ ବୋଲି ମା’ ଭାରତୀ ଇଚ୍ଛାପ୍ରକାଶ କରିଥିଲେ। ଭାରତୀଙ୍କ ଏପରି ନିଷ୍ପତ୍ତି ଓ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବିଗତ ଦିନରେ ବରୀ ବ୍ଲକର ଅଧ୍ୟକ୍ଷା ଥିଲା ବେଳେ ବିଭିନ୍ନ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିଲା ବେଳେ ଏବେ ଏପରି ଏକ ଦୁଃଖଦ ସମୟରେ ଏପରି ଏକ ମହତ୍ ନିଷ୍ପତ୍ତି ପୁଣି ଥରେ ତାଙ୍କ ମହନିୟତାର ପରିଚୟ ଦେଇଛି ବୋଲି ଚର୍ଚ୍ଚା ହେଉଛି।
ସୌଜନ୍ୟ ସମ୍ବାଦ




