ଦେଶ ବିଦେଶ

Trump’s Threat : ଟ୍ରମ୍ପଙ୍କ ଧମକ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା-ଇରାନ ପ୍ରସ୍ତୁତ

ଇରାନ ଓ ଆମେରିକା ମଧ୍ୟରେ ତେହେରାନର ପରମାଣୁ କାର୍ଯ୍ୟକ୍ରମ ନେଇ ତୃତୀୟ ପର୍ଯ୍ୟାୟ ଆଲୋଚନା ଗୁରୁବାର ସ୍ବିଜରଲ୍ୟାଣ୍ଡର ଜେନେଭାଠାରେ ଅନୁଷ୍ଠିତ ହେବ। ୱାସିଂଟନ-ତେହେରାନ ମଧ୍ୟରେ ପରୋକ୍ଷ ଆଲୋଚନା ପାଇଁ ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି ବୁଧବାର ଜେନେଭାରେ ପହଞ୍ଚି ଥିଲେ।

ତେହେରାନ:ଇରାନ ଓ ଆମେରିକା ମଧ୍ୟରେ ତେହେରାନର ପରମାଣୁ କାର୍ଯ୍ୟକ୍ରମ ନେଇ ତୃତୀୟ ପର୍ଯ୍ୟାୟ ଆଲୋଚନା ଗୁରୁବାର ସ୍ବିଜରଲ୍ୟାଣ୍ଡର ଜେନେଭାଠାରେ ଅନୁଷ୍ଠିତ ହେବ। ଆମେରିକା ମଧ୍ୟ ପ୍ରାଚ୍ୟରେ ଏହାର ସାମରିକ ଶକ୍ତି ବୃଦ୍ଧି କରିବା ସହିତ ତେହେରାନ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇବାକୁ ଧମକ ଦେଉଥିବାବେଳେ ଦୁଇ ଦେଶ କିନ୍ତୁ କୂଟନୈତିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଗୁରୁତ୍ବ ଦେଇଛନ୍ତି। ୱାସିଂଟନ-ତେହେରାନ ମଧ୍ୟରେ ପରୋକ୍ଷ ଆଲୋଚନା ପାଇଁ ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି ବୁଧବାର ଜେନେଭାରେ ପହଞ୍ଚି ଥିଲେ।

ଇରାନ  ନିର୍ମାଣ କରୁନାହିଁ ପରମାଣୁ ଅସ୍ତ୍ର

ଅରାଘଚି ସେଠାରେ ଓମାନ ବିଦେଶ ମନ୍ତ୍ରୀ ବଦର୍‌ ଆଲବୁସାଇଦିଙ୍କୁ ଭେଟିଥିଲେ। ଇରାନ ଓଆମେରିକା ମଧ୍ୟରେ ଅବିଶ୍ବାସ ବଢ଼ୁଥିବାବେଳେ ଅରାଘଚି କହିଛନ୍ତି, ଇରାନ ପରମାଣୁ ଅସ୍ତ୍ର ନିର୍ମାଣ କରୁନାହିଁ, କିନ୍ତୁ ଶାନ୍ତିପୂର୍ଣ୍ଣ ଭାବେ ପରମାଣୁ ବ୍ୟବହାର କରିବାର ଏହାର ଅଧିକାରକୁ ଛାଡ଼ିପାରିବ ନାହିଁ।

ଅନ୍ୟପକ୍ଷରେ ୱାସିଂଟନରେ ଆମେରିକା ଉପରାଷ୍ଟ୍ରପତିଜେଡି ଭାନ୍ସ କହିଛନ୍ତି, ଗତବର୍ଷ ଜୁନ୍‌ରେ ଆମେରିକା ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରିବା ପରେ ତେହେରାନ ଏଗୁଡ଼ିକର ପୁନଃ ନିର୍ମାଣ କରୁଛି। ଭାନ୍ସ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଏହି ପ୍ରସଙ୍ଗର ସମାଧାନ କୂଟନୀତି ମାଧ୍ୟମରେ କରିବାକୁ ଚାହୁଁଛନ୍ତି, ନଚେତ୍‌ ଅନ୍ୟ ବିକଳ୍ପ ଖୋଲା ରହିଛି। ଅନ୍ୟପକ୍ଷରେ ଇରାନ କହିଛି ଯଦି ଆମେରିକା ଏହା ଉପରେ ଆକ୍ରମଣ କରେ , ତେବେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସମସ୍ତ ସାମରିକ ଘାଟିକୁ ବୈଧ ଟାର୍ଗେଟ ଭାବେ ଗ୍ରହଣ କରିବ।

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button