ଦେଶ ବିଦେଶ

Twin Boys: ପ୍ରେମ ସମ୍ପର୍କରେ ବାଧା ସାଜିବାରୁ ଯାଆଁଳା ପୁଅଙ୍କୁ ମାଆର ହତ୍ୟା, ପ୍ରେମିକ ସମେତ ୩ ଗିରଫ

ରାଜସ୍ଥାନର ଡିଗ୍‌ ଜିଲ୍ଲାରେ ୧୩ ବର୍ଷ ବୟସର ଯାଆଁଳା ପୁଅଙ୍କ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନିଜ ପ୍ରେମ ସମ୍ପର୍କରେ ଦୁଇ ପୁଅ ବାଧା ସୃଷ୍ଟି କରୁଥିବାରୁ ମା’ ସେମାନଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ଜୟପୁର: ରାଜସ୍ଥାନର ଡିଗ୍‌ ଜିଲ୍ଲାରେ ୧୩ ବର୍ଷ ବୟସର ଯାଆଁଳା ପୁଅଙ୍କ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନିଜ ପ୍ରେମ ସମ୍ପର୍କରେ ଦୁଇ ପୁଅ ବାଧା ସୃଷ୍ଟି କରୁଥିବାରୁ ମା’ ସେମାନଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣାରେ ମା’ ପ୍ରୀତି, ତାଙ୍କ ପ୍ରେମିକ ଓ ୧୬ ବର୍ଷୀୟ ବଡ଼ ପୁଅକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ପୁଲିସ ସୂଚନା ଅନୁସାରେ, ଡିଗ୍‌ ଜିଲ୍ଲାର ବଡେସରା ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ଦୁଇ ନାବାଳକଙ୍କ ମୃତଦେହ ଘର ନିକଟସ୍ଥ ଏକ ଖାଲି ଜମିରେ ମିଳିଥିଲା। ମୃତକ ଦୁଇ ଭାଇଙ୍କ ନାମ ବିନୟ ଓ ବିଷ୍ଣୁ ଚୌଧୁରୀ। ଉଭୟଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ ଥିବାବେଳେ ସେମାନଙ୍କ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ କହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ରାଜସ୍ଥାନର ଡିଗ୍‌ ଜିଲ୍ଲାରେ ଚାଞ୍ଚଲ୍ୟ

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରୀତିଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ନିଜ ପିଲାମାନଙ୍କ ସହ ରହୁଥିଲେ। ପରେ ପଡ଼ୋଶୀ ଗାଁର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ଏହି ସମ୍ପର୍କକୁ ଯାଆଁଳା ପୁଅ ବିରୋଧ କରୁଥିଲେ। ସେମାନଙ୍କୁ ନିଜ ସମ୍ପର୍କରେ ବାଧା ବୋଲି ଭାବି ହତ୍ୟା ଯୋଜନା କରାଯାଇଥିବା ପୁଲିସ ଅଭିଯୋଗ କରିଛି। ପୁଲିସର କହିବା ଅନୁସାରେ, ମା’ଙ୍କ ନିର୍ଦ୍ଦେଶରେ ତାଙ୍କ ପ୍ରେମିକ ଓ ବଡ଼ ପୁଅ ହତ୍ୟାକାଣ୍ଡରେ ସାମିଲ ହୋଇଥିବା ସନ୍ଦେହ କରାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button