ଖେଳ

Ultra Robot: ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଲା ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ରୋବଟ୍‌

ଜାମାଇକାର ମହାନ ସ୍ପ୍ରିଣ୍ଟର ଉସେନ ବୋଲ୍ଟଙ୍କ ୧୦୦ ମିଟର ବିଶ୍ବ ରେକର୍ଡକୁ ଭାଙ୍ଗିଛି ଚୀନର ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ହ୍ୟୁମାନଏଡ୍ ରୋବଟ୍। ଏଠାରେ ଆୟୋଜିତ ବିଶ୍ବ ମନୁଷ୍ୟକୃତ ରୋବଟ୍ କ୍ରୀଡ଼ା ୧୦୦ ମିଟର ଦୌଡ଼ରେ ଏହି ରୋବଟ୍‌ ୮.୮୬ସେକେଣ୍ଡରେ ରେସ୍‌ ଶେଷ କରିଛି।

ବେଜିଂ: ଜାମାଇକାର ମହାନ ସ୍ପ୍ରିଣ୍ଟର ଉସେନ ବୋଲ୍ଟଙ୍କ ୧୦୦ ମିଟର ବିଶ୍ବ ରେକର୍ଡକୁ ଭାଙ୍ଗିଛି ଚୀନର ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ହ୍ୟୁମାନଏଡ୍ ରୋବଟ୍। ଏଠାରେ ଆୟୋଜିତ ବିଶ୍ବ ମନୁଷ୍ୟକୃତ ରୋବଟ୍ କ୍ରୀଡ଼ା ୧୦୦ ମିଟର ଦୌଡ଼ରେ ଏହି ରୋବଟ୍‌ ୮.୮୬ସେକେଣ୍ଡରେ ରେସ୍‌ ଶେଷ କରିଛି। ଉଦ୍‌ଘାଟନୀ ଦିବସରେ ଏହି ରୋବଟ୍‌ ୯.୩୯ ସେକେଣ୍ଡରେ ଶେଷ କରିଥିଲା। ମଙ୍ଗଳବାର ସେମିଫାଇନାଲ୍‌ରେ ବେଜିଂ ହ୍ୟୁମାନଏଡ୍‌ ରୋବଟ୍‌ ଇନୋଭେସନ୍‌ ‌କେନ୍ଦ୍ର ଦ୍ବାରା ନିର୍ମିତ ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ଏହାକୁ ପଛ‌ରେ ପକାଇ ଦେଇଛି। ଏହି ସମୟ ୨୦୦୯ରେ ବୋଲ୍ଡ (୯.୫୮ ସେକେଣ୍ଡ)ଙ୍କ ପୁରୁଷ ମାନବ ବିଶ୍ବ ରେକର୍ଡ ସମୟଠୁ ସାତ-ଦଶମାଂଶ ସେକେଣ୍ଡ ଦ୍ରୁତ ଥିଲା।

ମାନବ ଦ୍ବାରା ରଚିତ ଅନେକ ବିଶ୍ବ ରେକର୍ଡ ଭାଙ୍ଗି ସାରିଛି ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା

ଗତ ବର୍ଷ ଆୟୋଜିତ ପ୍ରଥମ ସଂସ୍କରଣରେ ଟିଆଙ୍ଗୋଙ୍ଗ ୧୦୦ ମିଟର ରେସ୍‌କୁ ୨୧.୫୦ ସେକେଣ୍ଡରେ ଶେଷ କରିଥଲା। ଏହାର କିଛ ମାସ ପରେ ବେଜିଂରେ ଆୟୋଜିତ ବିଶ୍ବ ହୁମାନଏଡ୍‌ ରୋବଟ୍‌ ହାଫ୍‌ ମାରାଥନକୁ ଟିଆଙ୍ଗୋଙ୍ଗ ୨ ଘଣ୍ଟା ୪୦ ମିନିଟ୍‌ରେ ଶେଷ କରି ବିଜେତା ହୋଇଥିଲା। ଚଳିତ ବର୍ଷ ବେଜିଂରେ ଆୟୋଜିତ ଏହି ଦ୍ବିତୀୟ ସଂସ୍କରଣରେ ଫୁଟ୍‌ବଲ୍‌, ନାଚ ଓ ଶିଳ୍ପ ଉପରେ ୫୧ଟି ଇଭେଣ୍ଟ ହୋଇଥଲା। ଏଥିରେ ୬୬୬ ଦଳର ପ୍ରାୟ ୨୦୦୦ରୁ ଅଧିକ ରୋବଟ୍‌ ଯୋଗଦେଇଥିଲେ। ବେଜିଂ ହ୍ୟୁମାନଏଡ୍‌ ରୋବଟ୍‌ ଇନୋଭେସନ୍‌ ‌କେନ୍ଦ୍ର ପକ୍ଷରୁ ଦାବି କରାଯାଇଛି ଯେ ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ଏପର୍ଯ୍ୟନ୍ତ ମାନବ ଦ୍ବାରା ରଚିତ ଅନେକ ବିଶ୍ବ ରେକର୍ଡ ଭାଙ୍ଗି ସାରିଛି। ୧୦୦ ମିଟର ସ୍ପ୍ରିଣ୍ଟ ବାଦ୍‌ ୪୦୦ ମିଟର (୩୮.୧୫ ସେକେଣ୍ଡ), ୧୫୦୦ ମିଟର (୨:୨୧.୬୪ ସେକେଣ୍ଡ) ଓ ହାଇଜମ୍ପ୍‌ (୨.୮୮ ମିଟର)ରେ ରେକର୍ଡ ଭାଙ୍ଗିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button